ବେହେରାଠାରେ ୧୬ ପ୍ରହର ନାମ ଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରାଠାରେ ୧୬ ପ୍ରହର ନାମ ଯଜ୍ଞ ପାଇଁ ଆଜି ଶୁଭଖମ୍ବ ସ୍ଥାପନ ହୋଇଛି । ଆସନ୍ତା ମଇ ୨୨ ତାରିଖ ଦିନ ଅଧିବାସ ଓ କଳସଯାତ୍ରା, ୨୩ ତାରିଖ ସକାଳୁ ନାମ ଯଜ୍ଞ ଆରମ୍ଭ ହେବ । ୨୩ ଓ ୨୪ ତାରିଖ ଦୁଇଦିନ ଅଖଣ୍ଡ ନାମ ଯଜ୍ଞ ହେବାପରେ ୨୫ ତାରିଖ ଦିନ ପୂର୍ଣ୍ଣାହୁତି ସହ ନାମ ସମାପନ ହେବ । ଦଣ୍ଡପାଟ ତ୍ରିନାଥ ମେଳା ପୂଜା କମିଟି ଓ ବେହେରା ଗ୍ରାମବାସୀଙ୍କ ଆୟୋଜନରେ ଏହି ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ । ଆଜି ସକାଳେ କମିଟିର ସଭାପତି ମଣ୍ଟୁ ଅଗ୍ରଓ୍ୱାଲ, ସମ୍ପାଦକ ନିରଞ୍ଜନ ନାଏକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଗୋପାଳଙ୍କ ଉପସ୍ଥିତିରେ ପୂଜକ ତ୍ରାହିକର ମିଶ୍ର, ଯଜ୍ଞକର୍ତ୍ତା ଅନିଲ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଶିଖାରାଣୀ ପଣ୍ଡା ପ୍ରମୁଖ ଶୁଭଖମ୍ବ ସ୍ଥାପନ ବିଧି ନିର୍ବାହନ କରିଥିଲେ ।ନାମଯଜ୍ଞରେ ୪ ଜିଲ୍ଲାରୁ ୮ଗୋଟି ଦଳ ଯୋଗଦେଇ ହରିନାମ କୀର୍ତ୍ତନ କରିବେ । ଆନନ୍ଦ ବଜାର ସମେତ ପିଇବା ପାଣି ଓ ଶ୍ରଦ୍ଧାଳୁ ଏବଂ ଭକ୍ତମାନଙ୍କ ସୁବିଧା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.