ମାଓବାଦୀ ନାଁରେ ଚାନ୍ଦା ଅସୁଲି ଅଭିଯୋଗରେ ଜଣେ ଗିରଫ, ବନ୍ଧୁକ ଜବତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାରେ ପୁଣି ମାଓବାଦୀ ନାଁରେ ଚାନ୍ଦା ଅସୁଲି ଅଭିଯୋଗରେ ଜଣେ ଯୁବକ ଗିରଫକୁ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ମୋହନ ପଧାନ ନାମକ ଜଣେ ଠିକାଦାରକୁ ମାଓବାଦୀ ନାଁରେ ଧମକାଇ ବନ୍ଧୁକ ଦେଖାଇ ଦାଦା ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଯୁବକ । ଗିରଫ ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ପିତାଗୁଡା ଗ୍ରାମର ସୁବାଷ ମାଝୀ (୩୪) । ଯୁବକଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ଗୋଲାମୁଣ୍ଡା ପୋଲିସ । ଏସଂକ୍ରାନ୍ତରେ ଗୋଲାମୁଣ୍ଡା ଥାନା କେସ ନମ୍ବର ୮୬ ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ଆଜି କୋର୍ଟ ଚଲାଣ କରିଥିବା ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ପ୍ରକାଶ କରିଛନ୍ତି । ଗିରଫ ଯୁବକ ଜଣକ ମାଓ ପ୍ରବଣ ଅଞ୍ଚଳ ଚୁରାପାହାଡ ପାଦ ଦେଶର ହୋଇଥିବା ଜଣାଯାଏ । ଅନ୍ୟ ପଟେ ପୂର୍ବରୁ ଏହି ଅଞ୍ଚଳରେ ଅନେକ ମାଓକାର୍ଯ୍ୟ କଲାପ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.