ପ୍ରେମିକାକୁ ଧୋକା ଦେଇ ଜେଲ୍ ଗଲେ ଯୁବକ

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ପ୍ରେମରେ ଅନ୍ଧ ହେଇଥିଲା ଜଣେ ଭିନ୍ନକ୍ଷମ ଆଦିବାସୀ ଯୁବତୀ । ଘର, ପରିବାର, ଜାତି ଛାଡ଼ି ପ୍ରେମିକର ହାତ ଧରି ମଥାରେ ସିନ୍ଦୁର ଲଗେଇ ନୂଆ ଜୀବନ ଆରମ୍ଭ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ରାଜି ଥିଲା । ହେଲେ କିଏ ଜାଣିଥିଲା, ପ୍ରେମିକ ପ୍ରେମ ପାଇଁ ନୁହେଁ, ଦେହ ଭୋଗ ପାଇଁ ତାକୁ ମିଛ ପ୍ରେମ କରୁଥିଲା । ପ୍ରେମରେ ପ୍ରତାରଣା କରି ଶେଷକୁ ଜେଲ୍ ଯିବାକୁ ପଡ଼ିଛି ଯୁବକଙ୍କୁ । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ବାରବନ୍ଧା ଗ୍ରାମ ପଞ୍ଚାୟତର ଗୁନାଙ୍ଗବେଡ଼ା ଗ୍ରାମର ଯୁବକ ହେମନ୍ତ ଓରଫ୍ ଅଜିତ୍ କୁମାର ସାହୁ ନିକଟସ୍ଥ ବାଲବେଡା ଗ୍ରାମର ଜଣେ ଅନ୍ୟଜାତିର ଭିନ୍ନକ୍ଷମ ଝିଅକୁ ପ୍ରେମ କରୁଥିଲା । ଦୁହେଁ କିଛି ଦିନ ଘରୁ ପଳାଇ ଅନ୍ୟତ୍ର ରହିବା ପରେ ଝିଅକୁ ଛାଡି ଦେଇଥିଲା । ଯୁବତୀ ଜଣକ ହତାଶ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲା । କେସ ନମ୍ବର ୧୧୪/୨୨ ରେ ଏକ ମାମଲା ରୁଜୁ କରି ପୁଲିସ୍ ଅଭିଯୁକ୍ତ ଯୁବକକୁ ଠାବ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ମାମଲା ନର୍ଲା ଡିଏସପି ରେଣୁକା ସୁନାଙ୍କ ତତ୍ୱବଧାନରେ, ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ୍ଆଇ ଜୟଦେବ ତାରିଣୀଙ୍କ ସହଯୋଗ ରେ ଚାଲିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.