ବେଆଇନ ପଥର ବୋଝେଇ ହାଇୱା ଜବତ, ୨୫ ହଜାର ଟଙ୍କା ଫାଇନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବେଆଇନ ଭାବେ ପଥର ବୋଝେଇ ହୋଇ ଯାଉଥିବା ହାଇୱା ଟ୍ରକକୁ ଗୋଲାମୁଣ୍ଡା ତହସିଲଦାର ଜବତ କରି ୨୫ ହଜାର ଟଙ୍କା ଫାଇନ କାଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଆଧାରରେ, ବିଜୁଏକ୍ସପ୍ରେସ ୱେରେ ଏକ ପଥର ବୋଝେଇ ହୋଇ ଯାଉଥିବା ଓଡି୦୮ଜି୨୫୧୩ ନମ୍ବର ସବିଶିଷ୍ଟ ହାଇୱା ଟ୍ରକକୁ ଅଟକାଇ ଥିଲେ ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ । ଏହି ଗାଡିରେ ବେଆଇନ ଭାବେ ପଥର ଚାଲାଣ ହେଉଥିବାରୁ୨୫ ହଜାର ଟଙ୍କା ଫାଇନ କାଟିଥିଲେ । ଏହି ହାଇୱା ଟ୍ରକଟି କୋକସରା ନିକଟସ୍ଥ ସର୍ଗିଗୁଡାରୁ ପଥର ବୋଝେଇ ହୋଇ ନୂଆପଡା ଜିଲ୍ଲା ହାତିବନ୍ଧାକୁ ଯାଉଥିଲା । ଏହି ହାଇୱା ଟ୍ରକର ମାଲିକ ରାୟଗଡାର ଭାଷ୍କର ପଟ୍ଟନାୟକ ବୋଲି ତହସିଲଦାର ଶ୍ରୀ ଜାଲ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.