ଗଜବାହାଲ କ୍ଷୀରମଣି ସେଠ ହତ୍ୟା ମାମଲାରେ ୩ ଗିରଫ

ଅନୈତିକ ସଂପର୍କ ହତ୍ୟାର କାରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ବିବାହିତ ଯୁବକ କ୍ଷୀରମଣି ସେଠ(୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏଇ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମତେ ଗଜବାହାଳ ଗ୍ରାମର କାର୍ତ୍ତିକ ସେଠଙ୍କ ପୁଅ କ୍ଷୀରମଣି ସେଠଙ୍କ ମୃତ୍ୟୁ ଦେହ ସେହି ଗ୍ରାମର ଇନ୍ଦ୍ରା କୋଲୋନୀ ପଡାର ଏକ ଇଟା ଭାଟି ନିକଟରେ ପଡିଥିଲା। ଏହି ମୃତ ଦେହକୁ ଗତ ୯ ତାରିଖ ଦିନ ପୋଲିସ ଉଦ୍ଧାର କରିଥିବା ବେଳେ ମୃତକଙ୍କ ସ୍ତ୍ରୀ ସୁବାସିନୀ ସେଠ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିବାସହ ଏଥି ପାଇଁ ଏକ ନିର୍ଦ୍ଧିଷ୍ଟ ପରିବାରକୁ ଦାୟୀ କରିଥିଲେ। ତଦନ୍ତକାରୀ ଅଫିସର ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ମାନେ ହେଲେ ଇନ୍ଦିରା କୋଲୋନୀ ପଡାର ବାବୁଲାଲ ବିଭାର(୫୫), ତାଙ୍କ ଝିଅ ନଳିନୀ ବିଭାର ଓ ଜ୍ୱାଇଁ ଡୁଲେଶ୍ୱର ବେଶ୍ରା ବୋଲି ଜଣାପଡିଛି। ମୃତକ କ୍ଷୀରମଣି ସହ ନଳିନୀର ଅନୈତିକ ସମ୍ପର୍କ ରହିଥିଲା। ନଳିନୀ ବିବାହିତ ହୋଇଥିଲେ ମଧ୍ୟ ସ୍ୱାମୀ ସହ ମତାନ୍ତର ହୋଇ ବାପ ଘରେ ରହୁଥିଲା। ଘଟଣା ଦିନ ଏହି ଦୁଇଜଣ ଅସଂଯତ ଅବସ୍ଥାରେ ଥିବା ଦେଖି ନଳିନୀର ବାପା ବାବୁଲାଲ କ୍ଷୀରମଣିର ଯୌନାଙ୍ଗରେ ଲାତ ବିଧା ମାରି ହତ୍ୟା କରିଥିଲା। ତେବେ କ୍ଷୀରାମଣିର ମୃତ୍ୟୁ ପରେ ତାଙ୍କ ଶବକୁ ଘରେ ଲୁଚାଇ ରାତିରେ ବାହାରେ ଫିଙ୍ଗିଥିଲେ। ଏଥିରେ ନଳିନୀ ଓ କ୍ଷୀରମଣୀଙ୍କ ଅନ୍ୟ ଏକ ଜ୍ୱାଇଁ ଡୁଲେଶ୍ୱର ସହଯୋଗ କରିଥିଲେ। ତେଣୁ ହତ୍ୟାକାରୀ ବାବୁଲାଲ ସହ ସହଯୋଗୀ ନଳିନୀ ଓ ଡୁଲେଶ୍ୱରକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଏହି ତଦନ୍ତ ପ୍ରକ୍ରିୟାରେ ରିଷିଡା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.