ଚିନ୍ମୟୀ ଚାନ୍ଦ ପାଇଲେ‌ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ ୨୦୨୨

ଓଡ଼ିଆ ବାର୍ତ୍ତା/ ଭଦ୍ରକ: ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ କଟକ ସ୍ଥିତ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗାୟତ୍ରୀ ସିଂଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ଶେଷ ହେଇଛି । ଏହି ସମ୍ମିଳନୀରେ ମହିମା ଗାଦି ଯୋରନ୍ଦା ଓ ନୟାଗଡର ବିଭିନ୍ନ ଆଶ୍ରମରୁ ବହୁ ସାଧୁ ସନ୍ଥ ଯୋଗଦାନ କରିବା ସହ ସନ୍ଥ ଭୀମଭୋଇଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଭଦ୍ରକର କବୟତ୍ରୀ ଚିନ୍ମୟୀ ଚାନ୍ଦଙ୍କୁ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ଚାନ୍ଦ ଏହି ସମ୍ମାନ ପାଇବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.