NMOPS ସଂଘର ନବନିର୍ବାଚିତ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି NMOPS ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ସଙ୍ଘର ନବନିର୍ବାଚିତ ଜିଲ୍ଲା ସଭାପତି ସାମନ୍ତ କୁମାର ପଟ୍ଟଯୋଶୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଭକ୍ତ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁଧାଂଶୁଶେଖର ପଣ୍ଡା, ମହେନ୍ଦ୍ର କୁମାର ବଣିଆ, ମୋହିତ କୁମାର ରାଉତି, ଲାବଣ୍ୟନିଧି ସିଂହ, କ୍ଷୀରୋଦ ପୁରୋହିତ, ଗୋପବନ୍ଧୁ ନାଏକ, କେଶାନ୍ତି ନାଏକ ଉପସ୍ଥିତ ଥିଲେ । ନବନିର୍ବାଚିତ ସଭାପତି ତାଙ୍କ ଅବିଭାଷଣରେ ଆଗାମୀ ଦିନରେ NMOPS କଳାହାଣ୍ଡି ଶାଖାକୁ ସମସ୍ତ ୧୩ଟି ବ୍ଲକରେ ଆଦୃତ କରିବା ସହ ଭବିଷ୍ୟତରେ ପୁରୁଣା ପେନସନ ଲାଗୁ କରାଇବାରେ ସମସ୍ତ ପ୍ରକାର କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.