ବୈଶାଖ ପୂର୍ଣ୍ଣମୀ ତିଥି ଲଗ୍ନେ ଜନ୍ମିଲ
ଅଠରଶ ପଚାଶ ସାଲରେ
ପିତା ଦନାର ମାତା ଥିଲେ ଗୁରୁବାରି
ମଣ୍ଡିନେଲ କୋଳ ତାଙ୍କ ଠାରେ ।।
ଅନ୍ଧ ହୋଇ ଯେ ପୁଣି ଦେଖୁଥିଲ ତୁମେ
ଏ ତ ସାରା ବିଶ୍ୱ ଭୁବନ
ଏହା ଥିଲା ହେଲା ସମ୍ଭବ ସତ୍ୟ ବଳେ
ତୁମ୍ଭର ଦିବ୍ୟ ଦୃଷ୍ଟି ଜ୍ଞାନ ।।
ଶୁନ୍ୟ ମଣ୍ଡଳେ ଶୂନ୍ୟ ଯେ ପୁରୁଷ ତୁମେ
ନିତ୍ୟ ଥିଲା ଯେ ତୁମ ପ୍ରେମ
ପାଲଟି ଅଛ ତୁମେ ହେ ମହାମନିଷୀ
ସନ୍ଥ ନାମେ ଖ୍ୟାତିଲ ନାମ ।।
ସଂସାର ପ୍ରାଣୀ ଆର୍ତ୍ତ ଦୁଃଖ ଅପ୍ରମିତ
ସହି ତୁମ୍ଭେ ପାରିଲ ନାହିଁ
ନିଜ ଜୀବନକୁ ଯେ କଲ ତୁମେ ତ୍ୟାଗ
ଜଗତକୁ ଯେ ନେଲ ବୋହି ।।