ଲାଞ୍ଜିଗଡ଼ଠାରେ ନୂତନ ଖେଳ ପଡିଆର ଭୂମିପୂଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗ୍ରାମ ପଞ୍ଚାୟତର ବଂଶଧାରା ନଦୀ କୂଳରେ ପ୍ରସ୍ତାବିତ ଖେଳପଡିଆର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ନାଏବ ସରପଞ୍ଚ ହରି ତାଣ୍ଡି ,ସମାଜସେବୀ ସୁବାସ ଅଗ୍ରୱାଲଙ୍କ ସମେତ ଅଞ୍ଚଳର ଯୁବ ଗୋଷ୍ଠୀ ତଥା ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଲାଞ୍ଜିଗଡ଼ ଅଞ୍ଚଳରେ ଏକ ଖେଳ ପଡିଆର ନିତ୍ୟାନ୍ତ ଆବଶ୍ୟକ ଥିବାବେଳେ ପ୍ରସ୍ତାବିତ ଖେଳପଡିଆ ଏହାର ଆବଶ୍ୟକତା ପୂରଣ କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ଅଞ୍ଚଳର ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଥିଲା ବେଳେ ଆଗାମୀ ଦିନରେ ଲାଞ୍ଜିଗଡ଼ ଅଞ୍ଚଳରେ ମିନି ଷ୍ଟାଡିୟମ ପାଇଁ ଏହି ଖେଳ ପଡିଆ ପଥ ପରିଷ୍କାର କରିବ ବୋଲି ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.