ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁର ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ଫେବୃଆରୀ ପାଞ୍ଚ ତାରିଖରେ ହେଇଥିଲା ଲ୍ୟାଣ୍ଡ ମାଇନ ବିସ୍ଫୋରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଫେବୃୟାରୀ ପାଞ୍ଚ ତାରିଖର ଛାତି ଥରା ଦୃଶ୍ୟ ମନେ ପଡ଼ିଲେ ଆଜି ବି ଛାତି ଶିହରୀ ଉଠେ । ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟି ଯାଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ । ମାଓ ସଂଗଠନ ତରଫରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନର ଶିକାର ହେଲେ । ତେବେ ଏହି ଘଟଣାକୁ ନେଇ ମାଓ ସଂଗଠନ ଦୀର୍ଘ ତିନିମାସ ପରେ ଅଞ୍ଚଳବାସୀ ତଥା ପରିବାର ବର୍ଗଙ୍କ ପାଖରେ କ୍ଷମା ମାଗିଥିବା ଦେଖିବାକୁ ମିଳିିଛି । ମଇ ୨୦ରେ ଓଡିଶା-ପୂର୍ବ ଛତିଶଗଡ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ଯମରେ ଜନତାଙ୍କୁ ଆହ୍ବାନ କରିଛି ମାଓ ସଂଗଠନ । ଏହି ପରିପ୍ରେକ୍ଷୀରେ ଗତକାଲି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ ଲେଖାଅଛି ଯେ, ଗତ ଫେବୃୟାରୀ ମାସରେ ଆମ ପିଏଲଜିଏ ଦ୍ୱାରା ପୋଲିସକୁ ଟାର୍ଗେଟ କରିଆଇଇଇଡ଼ି ଖଞ୍ଜା ଯାଇଥିଲା । କିନ୍ତୁ ପୁଲିସ ଜାଣିଶୁଣି ନ ଉଠାଇ ଲୋକଙ୍କୁ ଜାଲରେ ଫଶାଇ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଆଉ ଜଣେ ଖିଆମୁଣ୍ଡା ଗାଁର ଯୁବକଙ୍କ ମୃତ୍ୟୁ, ଜଣେ ଯୁବତୀ ଆହତ ହୋଇଛି । ଏହି ଦୁଃଖ ଦାୟକ ଘଟଣାପାଇଁ ଆମେ ଜନତାଙ୍କୁ, ମୃତ ପରିବାରଙ୍କୁ କ୍ଷମା ମାଗୁଅଛୁ କ୍ଷତି ହେଇଥିବା ପରିବାରକୁ । ସାମ୍ବାଦିକ ରୋହିତ ବିଶ୍ୱାଳ ଏବଂ ଖିଆମୁଣ୍ଡା ଯୁବକ ମୃତ୍ୟୁର କାରଣ ସରକାରୀ ଓ ପୋଲିସ ର ଦାୟୀ ଅଟେ ବୋଲି ଭାକପା(ମାଓବାଦୀ) ସଂଗଠନ ଉଲ୍ଲେଖ କରିଛି । ତେବେ ଘଟଣାକୁ ତିନିମାସରୁ ଅଧିକ ସମୟପରେ ମାଓ ସଂଗଠନର କ୍ଷମା ପ୍ରାର୍ଥନା ପରେ ପୁଣି ଥରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ବିୟୋଗର ସ୍ମୃତିକୁ ତାଜା କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ରୋହିତଙ୍କ ପରିବାରେ ଏକମାତ୍ର ପୁଅ, ଝିଅ ଏବଂ ବିଧବା ପତ୍ନୀ, ବୃଦ୍ଧାମାଁ ସମେତ ପରିବାର ବର୍ଗ, ସାଙ୍ଗସାଥୀ ଆଜି ବି ରୋହିତଙ୍କୁ ଝୁରି ହେଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.