ସାମ୍ବାଦିକ ବିଶ୍ୱଜିତ ବିଶ୍ବାଳଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ସାମ୍ବାଦିକ ବିଶ୍ୱଜିତ ବିଶ୍ୱାଳ (ଟୁଲୁ)ଙ୍କ ଦେହାନ୍ତ ହୋଇଅଛି । ସେ କଟକ ସ୍ଥିତ ଏକ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସ୍ବର୍ଗତ ବିଶ୍ବାଳ ସାମ୍ବାଦିକତା ସହ ପେଷାରେ ଓକିଲ ଥିଲେ । ସମାଜସେବା ଓ ଲୋକଙ୍କ ସମସ୍ୟା ଉପସ୍ଥାପନା, ରକ୍ତଦାନ, ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଥିଲା । ଯାହାକୁ ମନେ ପକାଇ ସ୍ଥାନୀୟ ଲୋକଙ୍କ ସମେତ ପରିବାରର ବାପା, ମା, ୩ ଭାଈ, ୨ ଭଉଣୀ, ୨ ଜ୍ୱାଇଁ, ତାଙ୍କ ସ୍ତ୍ରୀ ଓ ପୁଅଝିଅ ବହୁ ସାମ୍ବାଦିକ, ବିଧାୟକ, ସାଂସଦ, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏସଡିପିଓ, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବନ୍ଧୁ, ପରିଜନଙ୍କ ସହ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ନନ୍ଦପୁର ଶ୍ମଶାନରେ କରାଯାଇଛି । ପୁଅ କ୍ରିସ ମୁଖାଗ୍ନି ଦେଇଛନ୍ତି । କୋରାପୁଟ ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ଶୋକବ୍ୟକ୍ତ କରାଯାଇ ବିଶ୍ୱଜିତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.