ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ତାଲା ବନ୍ଦ କରି ଆନ୍ଦୋଳନ କରିଥିଲେ । ଖବର ମୁତାବକ ସ୍କୁଲରେ ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଥିବା ବେଳେ ଜଣଙ୍କୁ ଅନ୍ୟତ୍ର ବଦଳି କରିଥିବା ଯୋଗୁଁ ବଦଳି ବାତିଲ କରିବା ଦାବିରେ ଆଜି ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାଲା ବନ୍ଦ କରିଥିଲେ । ଏହି ଖବର ପାଇବା ପରେ ସକାଳ ୭ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆନ୍ଦୋଳନ ସ୍ଥାନକୁ ପହଞ୍ଚି ତୁରନ୍ତ ୧୦ ମିନିଟ ମଧ୍ୟରେ ସମସ୍ୟାର ସମାଧାନ କରି ଆନ୍ଦୋଳନକୁ ବନ୍ଦ କରି ତାଲା ଖୋଲି ପାଠ ପଢା ଆରମ୍ଭ ହୋଇଥିଲା । ଜଣେ ବ୍ଲକ ଅଧ୍ୟକ୍ଷ ତୁରନ୍ତ ଆନ୍ଦୋଳନ ସ୍ଥାନକୁ ପହଞ୍ଚି ସମସ୍ୟା ସମାଧାନ କରି ସ୍କୁଲ ଖୋଲି ପାଠା ପଢ଼ା ଆରମ୍ଭ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି ।