୧୪ଟି ପଞ୍ଚାୟତକୁ ମାରାଥନ୍ ଗସ୍ତ କରି ଭତ୍ତା ବାଣ୍ଟିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକରେ ୧୪ଗୋଟି ଗ୍ରାମପଞ୍ଚାୟତକୁ ମାରାଥନ ଗସ୍ତ କରି ଭତ୍ତା ବଣ୍ଟନ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଗୋଲାମୁଣ୍ଡା, ଖଳିଆକାନି, ନକଟିକାନି, ବୃନ୍ଦାବାହାଲ, ଗଣ୍ଡାମେର, ଖମାରହଳଦୀ , ଦଶପୁର, ଚିଚିଆ, ଧାମନପୁର, ଫୁଣ୍ଡା, ବୋରଗୁଡା, ରେଙ୍ଗସାପାଲି ଆଦି ପଞ୍ଚାୟତ ଗୁଡିକରେ ସମୁଦାୟ ୭୧ ଜଣକୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ କରିଛନ୍ତି । ଆସନ୍ତାକାଲି ଆହୁରି ୧୪ଗୋଟି ଗ୍ରାମପଞ୍ଚାୟତ ଗୁଡିକରେ ୨୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ କରାଯିବା ଲକ୍ଷ ରହିଛି । ଶ୍ରୀ ମହାନନ୍ଦ ଦୈନନ୍ଦିନ ତାଙ୍କ ବାସଭବନରେ ଜନ ଶୁଣାଣି ଶିବିରର ଆୟୋଜନ କରି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥାନ୍ତି । ଏହି ଜନ ଶୁଣାଣି ଶିବିରରେ ଲୋକେ ଅଭିଯୋଗ ପରେ ଆଜି ଅନେକ ଲୋକ ନୂତନ ଭତ୍ତା ପାଇ ପାରିଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଛି ଓ ଶ୍ରୀ ମହାନନ୍ଦଙ୍କୁ ଲୋକେ ଭୁୟସୀ ପ୍ରଶଂସା ମଧ୍ୟ କରିଛନ୍ତି । ଅନ୍ୟ ପଟେ ଏହି ଯୋଜନା ମଧ୍ୟରେ ଭତ୍ତା ଗୋଟିଏ ମୁଖ୍ୟ ଯୋଜନା ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ମତ ପ୍ରକାଶ କରିବା ସହ ଯେପରି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଜଣେ ବି ବ୍ୟକ୍ତି ଏହି ଯୋଜନାରୁ ବାଦ ପଡିବେ ନାହିଁ ସେ ଉପରେ ଅଧକ୍ଷ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମେତ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ପ୍ରଧାନ, ଗୋଲାମୁଣ୍ଡା ଓ ଦଶପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ଶ୍ରୀମତି ରାଉତ ଓ ଶ୍ରୀମତି ସରୀତା ମାଝୀ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ପଞ୍ଚମୀ ଦୀପ, ସମସ୍ତ ପିଇଓ, ସରପଞ୍ଚ୍ ଓ ସମିତି ସଭ୍ୟ/ସଭ୍ୟା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସମେତ ସମସ୍ତ ପଂଚାୟତ ମାନଙ୍କର ସରପଞ୍ଚ ଓ ସମିତି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.