ଗୃହ ଅଭାବରେ ଗଛ ତଳେ ବିତୁଛି ଦିବ୍ୟାଙ୍ଗ ବ୍ୟକ୍ତି ଓ ନାବାଳିକା ଝିଅର ଜୀବନ

• ବିକାଶର ନଗ୍ନ ଚିତ୍ର

• ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେକି

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ରାଜ୍ୟ ଏବଂ କେନ୍ଦ୍ର ସରକାର ଜନସାଧାରଣଙ୍କ ବିକାଶ ପାଇଁ ଯୋଜନା ପରେ ଯୋଜନା କରି ଚାଳି ଥିବା ସହ ବାସହିନ ଗରୀବ ବି.ପି.ଏଲ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେବା ସହ ଭିନ୍ନକ୍ଷମ ମାନଙ୍କ ପାଇଁ ବହୁତ କିଛି ସୁବିଧା କରିଥିବା କହି ଚାରି ଆଡେ ଡିଙ୍ଗୁରା ପିଟୁଥିବା ବେଳେ ବାସ୍ତବରେ ଏହାର ଚିତ୍ର ଠିକ ଓଲଟା ଦେଖିବାକୁ ମିଲୁଛି । ଠିକ୍ ଏହିଭଲି ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଂଚାୟତ ଭାଲୁଡଙ୍ଗରୀ ଗ୍ରାମର ଜଣେ ୮୦ ପ୍ରତିଶତ ଭିନ୍ନକ୍ଷମ କୈବଲ୍ୟ ବାଘଙ୍କ ଭାଗ୍ୟରେ । କୈବଲ୍ୟଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବାରୁ ଗୃହ ଅଭାବରେ ତାଙ୍କର ନାବାଳିକା ଝିଅଙ୍କ ସହ ବିପଦ ସଂକୁଳନ ଅବସ୍ଥାରେ ଗଛ ତଳେ ଜୀବନ ବିତାଇ ରାତି ହେଲେ ଅନ୍ୟର ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି । ଯାହାକୁ ନେଇ ସାଧାରଣରେ ତିବ୍ର ଅସନ୍ତୁଷ୍ଟ ଦେଖାଦେବା ସହ ତୁରନ୍ତ ଭିନ୍ନକ୍ଷମ କୈବଲ୍ୟଙ୍କୁ ଆବାସ ଗୃହ ଯୋଗାଇ ଦେବା କୁ ସାଧାରଣରେ ଦାବୀ କରାଯାଇଛି ।

Omkar Vasthu
Omkar Vasthu

କୈବଲ୍ୟଙ୍କ କହିବାନୁସାରେ ସେ ଜନ୍ମରୁ ଜଣେ ୮୦ ପ୍ରତିଶତ ଭିନ୍ନକ୍ଷମ ସେ ଠିଆ ହୋଇ କି କେବେ ବି ଚାଲି ପାରନ୍ତି ନାହିଁ । ପରିବାର ଅନ୍ୟ ସଦସ୍ୟମାନେ ତାଙ୍କୁ ଯିଏ ଦୟା କରି ଯାହା ଖାଇବାକୁ ଦେଲା ସେଥିରୁ ସେ ବଞ୍ଚୁ ଥିଲେ । ତଥାପି ସେ ନିଜେ ବଂଚିବା ପାଇଁ ସଂଘର୍ଷ କରି ଏକ ଛୋଟିଆ ଦୋକାନ ଟିଏ କରି ଦିପଇସା ରୋଜଗାର କରି ସ୍ଵାବଲମ୍ବି ହେବା ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାଂସାରିକ ଜୀବନ ଆରମ୍ଭ କରିଥିଲେ । ହାତକୁ ଦ୍ବି ହାତ ଦେବା ପରେ ତାଙ୍କ ସ୍ତ୍ରୀ ତାଙ୍କର ସମସ୍ତ ସେବା ଶୁଶ୍ରୂଷା କରିବା ସହ କୁଲି ମଜୁରି କରି ପରିବାର ଚଲାଇ ଥିଲେ । ତାଙ୍କ କୋଳକୁ କନ୍ୟାଟିଏ ଆଣିବାରୁ ସେମାନଙ୍କ ଖୁସୀ ଆହୁରି ଦ୍ବିଗୁଣିତ ହୋଇ ଉଠିଥିଲା । ଝିଅ ଭୁଜମନୀ ବାଘଙ୍କୁ ମଣିଷ କରିବା ପାଇଁ ଭାଲୁଡଙ୍ଗରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଥିଲେ । ବାପା ମା’ଙ୍କ ସ୍ୱପ୍ନ ପୁରା କରିବା ପାଇଁ ଝିଅ ଭୂଜମନୀ ଭଲ ପାଠ ପଢୁ ଥିଲା । ଏମାନଙ୍କ ଖୁସିରେ ହଟାତ ଦୁଃଖର କଳାବାଦଳ ମାଡି ଆସିଥିଲା । କୈବଲ୍ୟାଙ୍କ ସ୍ତ୍ରୀ ରେମତା ୩ ବର୍ଷ ତଲେ ହଟାତ ଅଜଣା ରୋଗରେ ପୀଡିତ ହୋଇ ସବୁ ଦିନ ପାଇଁ ଆଖି ବୁଜି ଦେଲେ । ଏଥିରେ କୈବଲ୍ୟ ଭାଙ୍ଗି ପଡିବା ସହ ବାପାଙ୍କ ସେବା ଶୁଶ୍ରୂଷା କରିବା ପାଇଁ ଝିଅ ଭୁଜମନୀ ସବୁଦିନ ପାଇଁ ପାଠରେ ଡୋରୀ ପକାଇ ଦେଲା । ଏପଟେ ତାଙ୍କର ପୁରୁଣା କାଳିଆ ଝାଟି ମାଟି ଘର ଭୁଶୁଡି ଯିବା ପରେ ଅନ୍ୟ ଉପାୟ ନ ପାଇ ବାପ ଝିଅ ବିପଦ ସଂକୁଳନ ଅବସ୍ଥାରେ ଗଛ ମୂଳେ ନିଜର ଜୀବନ ବିତାଇବା ସହ ସନ୍ଧ୍ୟା ହେଲେ ଅନ୍ୟର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି । ଘର ଖଣ୍ଡିକ ପାଇଁ ପଲ୍ଲିସଭା ଗ୍ରାମସଭାରେ ବାରମ୍ବାର ଆବେଦନ କଲେ ମଧ୍ୟ କେହି ଶୁଣି ନାହାନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏ ସମ୍ପର୍କରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝିଙ୍କୁ ପଚାରିବାରୁ ଜମାଦାରପଡା ପଂଚାୟତ ପିଇଓଙ୍କୁ ପଠାଇ ଏହାର ତଦନ୍ତ ରିପୋର୍ଟ ଦେବା ପରେ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଥିଲେ । ଏପଟେ ଏହି ଅସହାୟ ବାପ ଝିଅଙ୍କୁ ସରକାରୀ ସାହାର୍ଯ୍ୟ କହିଲେ ମାସକୁ ୧୦ କେଜି ଚାଉଲ ଏବଂ ୭୦୦ ଭିନ୍ନକ୍ଷମ ଭତା । ଏଦିଗରେ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସମାଜସେବୀ ଭୋଦେବ ବାଘ ଏବଂ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.