ସ୍କୁଲ ବାହାରେ ଘଣ୍ଟାଏ ଛାତ୍ରଛାତ୍ରୀ ଜଗି ରହିବା ଘଟଣା, ୧୭ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ନିର୍ଦ୍ଧାରିତ ସମୟରେ ସ୍କୁଲ ନ ଆସିବାରୁ ଗତ ମଇ ୨ ଦିନ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଘଣ୍ଟାଏ ଜଗି ରହିଥିଲେ । ଏ ନେଇ କୋକସରା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ହେଲେ ଏହି ଘଟଣାର ୧୭ ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟରେ ଅବହେଲା କରିଥିବା ଶିକ୍ଷକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଶବର କିଛି ସମୟ ବିଲମ୍ବ ହୋଇଥିବା ନେଇ ସେତେବେଳେ ସ୍ୱୀକାର କରିଥିଲେ । ଏପଟେ କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକଙ୍କ ଉପରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ବିଷୟରେ କୋକସରା ବିଇଓ ରମାକାନ୍ତ ଦାସଙ୍କ ମତାମତ ନେବାରୁ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇଛୁ, ସେମାନେ ଯାହା କାର୍ଯ୍ୟାନୁଷ୍ଠା ନେବ ବୋଲି କହିଛନ୍ତି । ସେହିପରି ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚେପଦାରଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.