ପୁଝାରିପଡାରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଉପାଧ୍ୟକ୍ଷଙ୍କୁ ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ଅଧୀନରେ ଥିବା ପୁଝାରିପଡା ଗାଁର ଜନସଂଖ୍ୟା ହେଉଛି ପାଖାପାଖି ୩୦୦ । ଗାଁରେ ୦ ରୁ ୬ ବର୍ଷ ର ପ୍ରାୟ୨୬ ଜଣ ଶିଶୁ ରହିଛନ୍ତି । ତେବେ ପ୍ରାକ ବିଦ୍ୟାଳୟର ସୁବିଧା ନାହିଁ ଗାଁ ଠାରୁ ୧ କିମି ସାରଙ୍ଗ ପଡାରେ ରହିଛି ଅଙ୍ଗନବାଡି କେନ୍ଦ୍ର । ଏଣୁ ବର୍ଷ ୧୨ ମାସ ଶିଶୁ ମାନେ ଯିବା ପାଇଁ ଭଲ ରାସ୍ତା ନାହିଁ ବାଟରେ ଦୁଇଟି ମୁକୁଳା ପୋଖରୀ ରହିଛି, ଶିଶୁଙ୍କୁ ଛାଡିବାକୁ ଗାଁର ଅଭିଭାବକ ମାନେ ମଧ୍ୟ ଅମଙ୍ଗ ହେଉଛନ୍ତି । ଶିଶୁଙ୍କ ପାଇଁ ପ୍ରାକ ଶିକ୍ଷା ହେଉଛି ମୂଳଦୁଆ ଏଣୁ ଆମ ଗାଁର ଶିଶୁ ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ପ୍ରାକ ଶିକ୍ଷା ରୁ ପ୍ରାୟତଃ ବଞ୍ଚିତ ରହୁଛନ୍ତି । ଗାଁରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲେ ଆମ ଶିଶୁ ମାନେ ଉପକୃତ ହେବେ ବୋଲି ପୁଝାରି ପଡା ଗାଁର ୱାର୍ଡ ସଭ୍ୟ ଜୟ ଶଙ୍କର ପଟେଲ, ଦୁଷ୍ମନ୍ତ ପୁଝାରି, କ୍ଷୀର ପୁଝାରି, ଲଛ ମନ ମାଝୀ, ଲକ୍ଷ୍ମଣ ଶବର,ବିଜୟ ପଟେଲ, ସୀତାକାନ୍ତ ପଟେଲ, ବିଦ୍ୟନାଥ ପଟେଲ, ମିନା ପଟେଲ, ହେମାଲତା ପଟେଲ, ଜ୍ୟୋତି ପଟେଲ, ଧନମତି ପଟେଲ, ମଞ୍ଜରୀ ପଟେଲ, ପୁଷ୍ପା ପଟେଲ, ସଂତୋଷିନି ପଟେଲ, ହରିପ୍ରିୟା ପୁଝାରି, ଚନ୍ଦ୍ରକାନ୍ତି ପଟେଲ, ନିରୂପାମା ପଟେଲ ସମେତ ଅନ୍ୟ ଶତାଧିକ ଗ୍ରାମବାସୀ ମାନଙ୍କ ଦସ୍ତଖତ ଅଭିଯୋଗ ଦାବିପତ୍ରକୁ ନେଇ କାଶିବାହଲ ସମିତି ସଭ୍ୟ ଗଜାନନ ନିଆଳ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଭେଟି ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି । ଏ ନେଇ ଉପାଧ୍ୟକ୍ଷ ବ୍ଲକ ପ୍ରଶାସନ ସହ ସମୀକ୍ଷା ଓ ଆଲୋଚନା କରିବା ପରେ କେନ୍ଦ୍ର ପାଇଁ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.