ଆଜିଠୁଁ ଆରମ୍ଭ ହେଲା ତୁଳାପଡାରେ ଚବିଶ ପ୍ରହର ନାମଯଜ୍ଞ

ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଭବ୍ୟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ବସ୍ତି ମଧ୍ୟରେ ରହିଥିବା ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି । ଗତ ୧୫/୫ ଏନେଇ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୬/୫ ସକାଳୁ ଆରମ୍ଭ ହୋଇଯାଇଥିଲା ଯଜ୍ଞ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶୁକ୍ରବାର ୨୦/୫ ସକାଳ ୬ ଘଣ୍ଟା ସମୟରୁ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପରିସରରେ ଆରମ୍ଭ ହୋଇଯାଇଛି ୨୪ ପ୍ରହର ନାମଯଜ୍ଞ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତ ୧୬/୫ ସୋମବାର ଯଜ୍ଞାରମ୍ଭ ହୋଇଥିବା ବେଳେ ୧୭/୫ ତୋରଣାଦି ସ୍ଥାପନ, ୧୮/୫ ବୁଧବାର ପାର୍ଶ୍ଵ ଦେବାଦେବୀଙ୍କ ନ୍ୟାସ ଓ ମନ୍ଦିର ଶୌଦ୍ଧ, ୧୯/୫ ଗୁରୁବାର ସିଂହାସନ ନ୍ୟାସ, ଶିଳାନ୍ୟାସ ଓ ଯୁପ ସ୍ଥାପନ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ୨୦/୫ ଶୁକ୍ରବାର ନୀଳଚକ୍ର ଓ ଦଧିନଉତି ସ୍ଥାପନ, ଧ୍ୱଜା ଉତ୍ତୋଳନ, ନାମଯଜ୍ଞ ଆରମ୍ଭ, ମହାପ୍ରଭୁ ସିଂହାସନ ବିଜେ କରିବେ। ୨୩/୫ ସୋମବାର ପୂର୍ଣ୍ଣାହୂତି ଓ କର୍ମସ୍ଥାପନ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇସାରିଛି । ତୁଳାପଡା ବସ୍ତି ଭିତରେ ରହିଥିବା ବହୁ ପୁରାତନ ୧୯୫୨ ମସିହାର ଜଗନ୍ନାଥ ମନ୍ଦିର ସମୟ କ୍ରମେ ଜରାଶିର୍ଣ୍ଣ ହୋଇ ପରିତ୍ୟକ୍ତ ହୋଇ ପଡିଥିଲା । ୨୦୦୨ ରେ ପୁରାତନ ମନ୍ଦିରକୁ ଭାଙ୍ଗି ତୁଳାପଡା ମନ୍ଦିର ପରିଚାଳନା କମିଟିର ଉଦ୍ୟମ କ୍ରମେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ତୁଳାପଡା ସମିତି ସଦସ୍ୟ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓତଃପ୍ରୋତ ଭାବରେ ସାମିଲ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଏହାବାଦ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଦିନ ମଞ୍ଚ ଉପରେ ପ୍ରବଚନ ଓ ପାରାୟଣ ଓ ସାମୁହିକ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ସୂତ୍ରରୁ ଜଣାପଡିଛି । ତୁଳାପଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଟା ଉତ୍ସବର ଯଜ୍ଞକର୍ତ୍ତା ଭାବରେ ଅହଲ୍ୟା ନାୟକ ଓ ନିର୍ମଳ ନାଏକ ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ଆଚାର୍ଯ୍ୟ ଭାବରେ ବ୍ରହ୍ମା ପଣ୍ଡିତ ଲକ୍ଷ୍ମଣ ଷଢଙ୍ଗୀ ଯଜ୍ଞ ପରିଚାଳନା କରୁଛନ୍ତି । ସହଯୋଗୀ ଆଚାର୍ଯ୍ୟ ଭାବରେ ସାରଙ୍ଗଧର ଷଢଙ୍ଗୀ, ନାରାୟଣ ଷଢଙ୍ଗୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କଳ୍ପତରୁ ପାଢୀ, ଆଷୁତୋଷ ଷଢଙ୍ଗୀ, ଆଷୁତୋଷ ପାଢୀ, ରବିନ୍ଦ୍ର ଷଢଙ୍ଗୀ, ମୁନ୍ନା ପାଢୀ, ଶିବପ୍ରସାଦ ତ୍ରିପାଠୀ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ଆଜି ଜଗନ୍ନାଥ ମହାପ୍ରଭୁ ମନ୍ଦିର ପ୍ରବେଶ କରିବେ ବୋଲି ଜଣାପଡିଛି । ପରିଚାଳନା କମିଟି ପକ୍ଷରୁ ଯଜ୍ଞ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ବେଳେ ହୃଷିକେଶ ନାଏକ, ସନ୍ତୋଷ ନାୟକ, ଡମ୍ବରୁଧର ନାଏକ, ସନକ ସାହୁ, ରାଧାକାନ୍ତ ସାହୁ, ନେତ୍ରାନନ୍ଦ ନାଏକଦ୍ରୋଣ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.