ରକ୍ତ ଯୋଗାଡ଼ କଲେ ସମାଜସେବୀ ମା’-ପୁଅ ପ୍ରୀତି ପଟ୍ଟନାୟକ ଓ ଧୃତିସୁନ୍ଦର ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଅନେକ ସମୟରେ ରକ୍ତର ଅଭାବ ରହୁଥିବା ପରିଲକ୍ଷିତ ହୋଇଛି । ଓଡିଶା ମୋ ପରିବାର ପକ୍ଷରୁ ଏହି ଅଭାବକୁ ପୂରଣ କରିବା ପାଇଁ ଅନବରତ ଚେଷ୍ଟା କରାଯାଉଛି । ଏହି କ୍ରମରେ ଯୁବ ସମାଜସେବୀ ମନୀନ୍ଦ୍ର ମହାନ୍ତିଙ୍କ ଫୋନ ମାଧ୍ୟମରେ ଅନୁରୋଧ ହେତୁ ସମାଜସେବୀ ତଥା ସ୍ୱାଗତ ଆଇଟିସିର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ତୁରନ୍ତ ଗୋଟିଏ ‘ଓ ପଜିଟିଭ (O+ve) ରକ୍ତଦାତା ଓ ଶ୍ରୀମତୀ ପଟ୍ଟନାୟକଙ୍କ ସୁପୁତ୍ର ତଥା ଛାତ୍ରନେତା ଧୃତିସୁନ୍ଦର ଦାସ ମଧ୍ୟ ଗୋଟିଏ ‘ବି ପଜିଟିଭ (B+ve) ରକ୍ତଦାତାଙ୍କୁ ଆଣି ରକ୍ତଦାନ କରାଇଥିଲେ । ରକ୍ତଦାନ କରିଥିବା ଯୁବକ ଦ୍ବୟ ହେଲେ କେଦାର ପଟେଲ ଏବଂ ବି. ଜେନା । ଯୁବନେତା ମନୀନ୍ଦ୍ର ମହାନ୍ତି ଦୁଇ ଜଣ ରକ୍ତଦାତାଙ୍କ ସମେତ ପ୍ରୀତି ପଟ୍ଟନାୟକ, ଧୃତିସୁନ୍ଦର ଏବଂ ରକ୍ତଭଣ୍ଡାର କର୍ମକର୍ତ୍ତାଙ୍କୁ ଓଡିଶା ମୋ ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.