କେରାଣ୍ଡିଖୁଣ୍ଟିରୁ ବଜ୍ର କାପ୍ତା ଉଦ୍ଧାର, ଜଣେ ଅଟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ/ ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନ କେରାଣ୍ଡିଖୁଣ୍ଟି ଠାରେ ଗୋଟିଏ ବଜ୍ର କାପ୍ତା ଉଦ୍ଧାର କରାଯାଇଛି ଏବଂ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖା ଯାଇଛି । ଜିତେନ୍ଦ୍ର କୁମାର (୩୧)ନାମକ ବ୍ୟକ୍ତି କେସିଙ୍ଗା ଥାନା ଓ ନର୍ଲା ବ୍ଲକ ଅଧିନସ୍ଥ ଟକର୍ଲା ଗ୍ରାମର ବୋଲି ଜଣା ପଡିଛି । ଏସଡିଏଫ୍ ଦଳ କୌଣସି ସୂତ୍ରରୁ ଖବର ପାଇ ବଜ୍ର କାପ୍ତା ଧରିବାପରେ ନାର୍ଲା ରେଞ୍ଜ ଅଧିକାରୀଙ୍କୁ ଖବର ଦେଇ ହସ୍ତାନ୍ତର କରିଥିଲେ । ଉଦ୍ଧାର ବଜ୍ରକାପ୍ତାର ଓଜନ ୧୩ କେଜି ରହିଛି । ଆଜି ଅଭିଯୁକ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲ । ଏସିଏଫ୍ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ତଦନ୍ତ ଚାଲିଥିବା ବେଳେ ଆଗକୁ ଆହୁରି ଅନେକ ତଥ୍ୟ ଜଣା ପଡ଼ିବ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.