କିକିଆ ଗ୍ରାମର ବିକାଶକୁ ନେଇ ବୈଠକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କିକିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ବୈଠକ ସରପଞ୍ଚ କିଶୋର କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ପ୍ରଯତ୍ନ କରୁଛନ୍ତି ନବ ନିର୍ବାଚିତ ସରପଞ୍ଚ ଶ୍ରୀଯୁକ୍ତ ପଧାନ । ଏହି କ୍ରମରେ କିକିଆ ଗ୍ରାମବାସୀଙ୍କୁ ନେଇ ଆୟୋଜିତ ଆଜିର ବୈଠକରେ ଆଗାମି ଦିନରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ଯଥା; ପାଣିଟାଙ୍କି, ଡାକ୍ତରଖାନା, ସାପ୍ତାହିକ ବଜାର, କଲ୍ୟାଣ ମଣ୍ଡପ, ଗାଁ ଖଳା ଓ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । କିକିଆ ଗାଁରେ ଥିବା ସରକାରୀ ଜମି ଜବର ଦଖଲକୁ ଚିହ୍ନଟ କରି ଉକ୍ତ ଜମିରେ ଉପରୋକ୍ତ କାର୍ଯ୍ୟ କରିବା ନିଷ୍ପତ୍ତିକୁ ପୁଣିଥରେ ଦୋହରା ଯାଇଥିଲା । ଜବର ଦଖଲକାରୀ ମାନଙ୍କ ମଧ୍ଯରେ ଯୋଗ୍ୟ ଥିବା ହିତାଧିକାରୀଙ୍କୁ ଅନ୍ୟତ୍ର ଯାଗା ଯୋଗାଇବା ପାଇଁ ପ୍ରତିଶୃତି ଦିଆଯାଇଥିଲା ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ କିଛି ସୁବିଧା ନ ଦେଇ ତୁରନ୍ତ ଜାଗା ଖାଲି କରିବା ପାଇଁ ଗ୍ରାମବାସୀମାନେ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ କିକିଆ ସରପଞ୍ଚ କିଶୋର କୁମାର ପଧାନଙ୍କ ସମେତ ନାଏବ ସରପଞ୍ଚ ଗୌରୀ ମାଝୀ, ଓ୍ବାର୍ଡ ସଭ୍ୟ ସରୋଜ ନାଏକ, ଅଞ୍ଜନା ଚିନାଗୁନ, ଲମ୍ବୋଧର ମାଝୀ, ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା/କାର୍ଯ୍ୟକର୍ତ୍ତା, ପୂର୍ବତନ ସରପଞ୍ଚ ଗୌରୀ ରଣା, ଅଭିରାମ ବୁଦ୍ଧିଆ, ଅଶ୍ବିନୀ ପ୍ରଧାନ, ତନୁଚରଣ ନାଏକ, ଭିକାରୀ ନାଏକ, ରାଜକୁମର ପଧାନ, ନବିନ ରଣା, ଲମ୍ବୋଦର ସୁନା, ଗଣେଶ ରଣା, ସୁଶାନ୍ତ ନାଏକ, ତରଙ୍ଗିନୀ ସା ତଥା କିକିଆ ଗ୍ରାମବାସୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.