ଏକ ମହାନ ବାର୍ତ୍ତା ନେଇ ଯୁବକଙ୍କ ସାଇକେଲରେ ଭାରତ ଭ୍ରମଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରକୃତି ଓ ଜଳ ସଞ୍ଚୟ ପରି ଏକ ମହାନ ବାର୍ତ୍ତା ନେଇ ଜନସଚେତନତା ଲକ୍ଷ୍ୟରେ ସାଇକେଲ ଯୋଗେ ଭାରତ ଭ୍ରମଣ ରେ ବାହାରିଛନ୍ତି ଜଣେ ଯୁବକ । ଏହି ଯୁବକ ଜଣକ ହେଲେ ପଶ୍ଚିମ ବଙ୍ଗ ସିଲିଗୁଡିର ଶ୍ୟାମ ବିଶ୍ୱାସ(୩୫) । ସେ ଗତ ୧ ମାର୍ଚ୍ଚ ୨୦୨୧ ସିଲିଗୁଡିରୁ ବାହାରି ଦିର୍ଘ ୧ ବର୍ଷ ୨ ମାସ ୨୧ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛନ୍ତି । ଯୁବକ ଶ୍ୟାମ ବିଶ୍ୱାସ ବର୍ତ୍ତମାନ ସୁଦ୍ଧା ୨୦ ଟି ରାଜ୍ୟକୁ ସାଇକେଲ ଯୋଗେ ଭ୍ରମଣ କରି ସାରିଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଆଉ ଲୋକେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ସହ ସମର୍ଥନ କରୁଛନ୍ତି । ସେ ସମଗ୍ର ଭାରତ ଭ୍ରମଣ କରି ପରିବେଶର ସୁରକ୍ଷା, ବୃକ୍ଷ ରୋପଣ ଏବଂ ଜଳ ସଞ୍ଚୟର ବାର୍ତ୍ତା ନେଇ ଗ୍ଲୋବାଲ ୱାର୍ମିଂ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଲୋକଙ୍କୁ ସଚେତନତା କରିବାର ଲକ୍ଷ ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.