ବଜ୍ର କାପ୍ତା ଉଦ୍ଧାର ପ୍ରସଙ୍ଗ : ଆଉ ଜଣେ ଗିରଫ, ସୁସ୍ଥ ବଜ୍ର କାପ୍ତାକୁ ନନ୍ଦନକାନନ ପଠାଯିବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ/ ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ନର୍ଲା ଅଧିନ କେରାଣ୍ଡିଖୁଣ୍ଟି ଠାରେ ଗତ ଶନିବାର ରାତିରେ ଗୋଟେ ବଜ୍ର କାପ୍ତା ଉଦ୍ଧାର କରାଯାଇ ଏହି ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର କୁମାରକୁ ପଚରାଉଚରା ପରେ ସେ ଘୋଡ଼ାବନ୍ଦ ଗାଁର ଭିକରୀ କଠାରଙ୍କ ନାଁ କହିଥିଲା । ପରେ ନର୍ଲା ବନବିଭାଗ ପକ୍ଷରୁ ଉକ୍ତ ଗାଁକୁ ଯାଇ ଅଭିଯୁକ୍ତ ଭିକାରୀ କଠାରକୁ ତାଙ୍କ ଘରୁ ଗିରଫ କରି କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କାଯାଇଥିବା ନର୍ଲା ବନବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ପାଲ ସୂଚନା ସୂଚନା ଦେଇଛନ୍ତି । ଏହା ସହିତ ଏହି ଘଟଣାରେ ଆଉ କୋଉ ଲୋକମାନଙ୍କ ସଂପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖି ଥିବା ସୂଚନା ମିଳିଛି । ବଜ୍ରକାପ୍ତାର ଚିକିତ୍ସା ପରେ ସେ ସୁସ୍ଥ ରହିଛି ଏବଂ ତାକୁ ନନ୍ଦନ କାନନକୁ ପଠାଯିବ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.