ଯୁବ ସମାଜସେବୀଙ୍କ ଦହି ସରବତ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ଯୁବ ସମାଜସେବୀ ରଶ୍ମି ରଞ୍ଜନ ପ୍ରହରାଜ ଖରା ସମୟରେ ଲୋକଙ୍କ ପାଇଁ ଦହି ସରବତ ବଣ୍ଟନ କରିଛନ୍ତି । ପ୍ରତିବର୍ଷ ବିଭିନ୍ନ ସମୟରେ ବିଭିନ୍ନ ସମାଜସେବାରେ ନିଜକୁ ସାମିଲ୍ କଲେ ଆତ୍ମତୃପ୍ତି ମିଳେବୋଲି ଶ୍ରୀ ପ୍ରହରାଜ କହିଛନ୍ତି । ଚାଳିଶ ଡିଗ୍ରୀ ଉପରେ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଏହି ସେବା ପାଇ ଲୋକେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଜି ପ୍ରାୟ ଦୁଇ ଶହରୁ ଅଧିକ ଲୋକ ଏହି ସେବା ପାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.