ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୂସୁଦନ ଠାକୁର): ବାଲି ଚୋରା ଚାଲାଣ କାରିଙ୍କୁ ଏକ ବଡ଼ ଧରଣର ଝଟକା ଲାଗିଛି । ପ୍ରଶାସନ ପକ୍ଷରୁ ଅଚାନକ ଚଢ଼ାଉ କରି ୪ଟି ହାଇଓ୍ବା ଏବଂ ଗୋଟିଏ ପୋକଲିନ ମସିନ ଜବତ କରାଯିବାସହ ୯୦ ହଜାର ଟଙ୍କା ଫାଇନ କଟାଯାଇଛି । ଏହି ଘଟଣା ପରେ କଳାହାଣ୍ଡି ଜିଲ୍ଲାର ବାଲି ମାଫିଆ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରାପ୍ତ ସୂଚନା ଆଧାରରେ କେସିଙ୍ଗା ବ୍ଲକ ଲଇତରା ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ବୋରିଆ ଗ୍ରାମ ନିକଟରେ ଥିବା ରେତ ନଦୀ ଘାଟଠାରୁ ବାଲି ଚୋରା ଚାଲାଣ ହେଉ ଥିଲା । କୌଣସି ସୂତ୍ରରୁ ଖବର ପାଇ ଲଇତରା ରାଜସ୍ୱ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ଘଟଣା ସ୍ଥଳରେ ପହଞ୍ଚି ଦେହେରେନ ଜୋର ଭିତରେ ଥିବା ଟାଟା ହିଟାଚି ପୋକଲେନ ମେସିନ ଓ ୪ଟି ହାଇବା ଗାଡିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ଟି ହାଇୱାକୁ କେସିଙ୍ଗା ଥାନାକୁ ନେଇଥିଲେ। ଏନେଇ ୪୦, ୪୧, ୪୨, ୪୩ /୨୦୨୨ ପ୍ରକାରରେ କେଶ ରୁଜୁ କରା ଯାଇଥିଲା। ପରେ ଗାଡି ମାଲିକ କେସିଙ୍ଗା ଥାନାରେ ପହଞ୍ଚି ୯୦ହାଜର ଟଙ୍କା ତଣ୍ଡ ଗଣିବା ପରେ ହାଇଓ୍ବା ଗାଡିକୁ ଛାଡି ଦିଆ ଯାଇଛି। ଅନ୍ୟପକ୍ଷରେ ବହୁ ଦିନରୁ ବିନା ରୋୟାଲଟିରେ ଏହି ନଦୀରୁ ଚୋରାରେ ବାଲି ଚାଲାଣ ହେଉଥିବାରୁ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି।