Breaking: କେସିଙ୍ଗା ଥାନା ସାମ୍ନାରେ ୨୪ ପ୍ୟାକେଟ ଗଞ୍ଜେଇ ଓ ବଲେରୋ ଜବତ, ୨ ଗିରଫ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଆଜି କେସିଙ୍ଗା ପୋଲିସକୁ ଏକ ସଫଳତା ମିଳିଛି । ଆନ୍ତଃରାଜ୍ୟ ଚାଲାଣ ସମୟରେ କେସିଙ୍ଗା ଥାନା ସାମ୍ନାରେ ୨୪ ପ୍ୟାକେଟ ଗଞ୍ଜେଇ ଓ ବଲେରୋ ଜବତ କରାଯାଇଛି । ଏଥିରେ ୨ ଅଭିଯୁକ୍ତ ଯୁବକ ଗିରଫ ହୋଇଛନ୍ତି । ଆଜି (୨୫ ମଇ) ସନ୍ଧ୍ୟା ୬ଘଣ୍ଟା ସମୟରେ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କେସିଙ୍ଗା ଅତିରିକ୍ତ ତହସିଲଦାର ସର୍ବେଶ୍ଵର ଜାଲଙ୍କ ଉପସ୍ଥିତିରେ ଏହାର ଓଜନ କରାଯିବା ପରେ କେତେ କେଜି ଗଞ୍ଜେଇ ଚାଲାଣ ହେଉଥିଲା ତାହା ଜଣାପଡ଼ିବ । ସୂଚନା ଅନୁସାରେ ବିଶାଖାପାଟଣା ରୁ ବିଲାସପୁରକୁ ଏକ ବୋଲେରୋ (ଗାଡି ନଂ ଜେ ଏଚ୍ ୦୪ ସି ୮୨୭୦) ଯାଉଥିବା ସମୟରେ କେସିଙ୍ଗା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦଙ୍କ ନିର୍ଦ୍ଦେଶରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ ପୋଲିସ ବାହିନୀ । ଏଥିରେ ୨୪ ପ୍ୟାକେଟ ଗଞ୍ଜେଇ ଥିବାବେଳେ ବୋଲେରୋ ଏବଂ ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ମଧ୍ୟପ୍ରଦେଶର ସତ୍ୟମ ଦ୍ବିବେଦୀ (୨୧) ଓ ଅତ୍ୟୁଲ ସୋନୀ (୨୯) ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.