କବିତା: ପ୍ରିତି ମହ୍ଲାର

✍🏾ପଞ୍ଚାନନ ଜାଲ (ସୌରଭ)

ଆକାଶରୁ ମେଘ ଖସି ଗଲାପରି
ଧୀରେ ଧୀରେ ମୁହଁରୁ
ଉଠାଈଲୁ,
ଧଳା ରଙ୍ଗର କନାକୁ
ଲାଗିଲା,
ଦିନରେ ଚନ୍ଦ୍ର ଉଇଁଲା ।

ପାଖକୁ ପାଖକୁ ଯେତେ
ତୁ ଆସୁଛୁ
ଶିହରଣ ଖେଳି ଯାଉଛି
ମୋ ହୃଦୟରେ,
ଦୂରକୁ ଦୂରକୁ ଯେତେ
ତୁ ଗଲେ
ଝରୁଛି ଲୁହ
ମୋ ଅମାନିଆ ଆଖିରେ ।

ଠାରି ନଉଥାଉ ତୋ
ମିଟିକା ମିଟିକା
କଜଳ ଲଗା ଆଖିରେ,
ତୋ ନଜରର ତେର୍ଚ୍ଛା ତିର
ଭେଦି ଯାଉ ଥାଏ
ମୋ ହୃଦୟରେ ।

ମିଠା ମିଠା କଥା
କହି ଚାଲି ଥାଉ
ଦିନ ବାର ଟା ବେଳର ଖରାରେ,
ମୁଁ ହଜି ଯାଇ ଥାଏ
ତୋ କଅଁଲିଆ ଓଠର
ଗୋଲାପୀ ରଙ୍ଗରେ ।

ମୋ ଆଖି ରହି ଥାଏ
କଥା ମଝିର ମଝିର
ତୋ ମୁଲୁକି ହସିରେ,
ମୋ ଶରୀରରେ
ଥଣ୍ଡା ପଡ଼ି ଯାଉଥାଏ
ତୋ ଟିକିଏ ଛୁଆଁରେ ।

ସତରେ ତୁ କି ମହନି
ରଖିଛୁଲୋ
ଘାରି ହେଉଛି ମୁଁ ନିଶାରେ,
ଭୁଲି ପାରୁନାହିଁ
ତୋ ଚନ୍ଦ୍ର ବଦନକୁ
ନୀତି ଦେଖୁଛି ସପନରେ ।

ମାଣ୍ଡେଲ, ନର୍ଲା, କଳାହାଣ୍ଡି
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.