ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତେରେସିଂହା ନିକଟ ଫଟାମୁଣ୍ଡା ଠାରେ ଗତ କାଲି ରାତିରେ ବିଦେଶୀ ମଦ ଜବତ ହେଇଛ । ଏହି ଘଟଣାରେ ଜଣେ ବକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ, ମ. ରାମପୁର ଥାନାର ଏସଆଇ ଶ୍ରୀରାଜ୍ କୁମାର ପାଢ଼ୀ, ଏଏସଆଇ ମନଧର ମାଝୀ, କନେଷ୍ଟବଳ ପ୍ରଶାନ୍ତ ଭୋଇ, ମହିଳା କନେଷ୍ଟବଳ ସସ୍ମିତା ପ୍ରଧାନ, ହୋମ ଗାର୍ଡ ଉତ୍କଳ ସାହୁ ପେଟ୍ରୋଲିଂ କରୁଥିବା ସମୟରେ ତେରେସିଂହା ଗ୍ରାମର ଲକ୍ଷ୍ମୀଧର ରଣା ବିଦେଶୀ ମଦ ନେଉ ଥିବା ବେଳେ ତାଙ୍କୁ କାବୁ କରିଥିଲେ । ତାଙ୍କ ପାଖରୁ ବିଭିନ୍ନ ପ୍ରକାରର ଷୋହଳ ଲିଟର ବିଦେଶୀ ମଦ ଜବତ ହେଇଛି । ତଦନ୍ତ ଅଧିକାରୀ ରିଶିଡ଼ା ଫାଣ୍ଡି ଅଧିକାରୀ କ୍ଷୀର ସିନ୍ଧୁ ମାଝୀଙ୍କ ନେତୃତ୍ୱରେ କେସ ନମ୍ବର ୧୩୩/୨୨ ରେ ଏକ ମାମଲା ରୁଜୁ କରି ଆଜି ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଅଞ୍ଚଳରେ ଦିନକୁ ଦେଶୀ ଓ ବିଦେଶୀ ମଦ କାରବାର ବଢ଼ିଥିବା ଦେଖାଯାଉଛି । ଅବକାରୀ ବିଭାଗ ତାରଫରୁ ଚଢାଉ ଠିକ୍ ଭାବରେ ହେଲେ, ଏହି ମଦ କାରବାର କମିବ ବୋଲି ବୁଦ୍ଧଜୀବୀମାନେ ମତ ଦେଇଛନ୍ତି ।