ଗୋଲାମୁଣ୍ଡାଠାରେ ଜଳ ଓ ପରିମଳ ସମ୍ବନ୍ଧିତ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଜଳ ଓ ପରିମଳ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜନ ପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳର ପିଇବା ପାଣିର ସମସ୍ୟା ଉପରେ ଉପସ୍ଥାପନା କରିଥିଲେ ଓ ଉପସ୍ଥାପନା କରିଥିବା ସମସ୍ତ ସମସ୍ୟା ଗୁଡିକୁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ବହିରେ ସ୍ଥାନ ଦିଆଯାଇଥିଲା । ସଭା ବହିରେ ସ୍ଥାନ ଦେଇଥିବା ସମସ୍ତ ସମସ୍ୟା ଗୁଡିକୁ ଜିଲ୍ଲା ପ୍ରଶାସନକୁ ପଠାଯିବ ବୋଲି ସୂଚନା ମିଳିଛି । ବୈଠକରେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରି ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ପଞ୍ଚମୀ ଦୀପ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଶ୍ରୀ ରମିତ ପ୍ରଧାନ, ଜିଲ୍ଲା ପରିମଳ ବିଭାଗରୁ ଶ୍ରୀ ବିକ୍ରମ କଟା, କେଗାଁ ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗୀୟ ଯନ୍ତ୍ରୀ ରୀତାରାଣୀ କିଷାନ ଓ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.