କଳାହାଣ୍ଡି ଜିଲ୍ଲା ବିଜେଡି ଏସଟି ସେଲ ସଭାପତିଙ୍କ ପିତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୂର୍ବତନ ମୋଟେର ସରପଞ୍ଚ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ଏସଟି ସେଲ ସଭାପତି ଇଂ ସୁଶୀଲ କୁମାର ଶବରଙ୍କ ପିତା ଅଖିଳ ଚନ୍ଦ୍ର ଶବର (୭୨)ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ଅକାଳ ବିୟୋଗ ହୋଇଛି । ଶ୍ରୀ ଶବର ଜଣେ ଧର୍ମପରାୟଣ, ସମାଜସେବୀ, ପୁରାଣ ପାଠକ ଓ ସମସ୍ତଙ୍କ ସୁଖ ଦୁଃଖର ସାଥୀ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ସେ କୁସୁମଖୁଣ୍ଟି ଗ୍ରାମର କାଳେଶ୍ଵର ଶିବ ମନ୍ଦିର ପୂଜକ ଥିଲେ । ତାଙ୍କ ଅକାଳ ବିୟୋଗ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଛୁଆ ଠୁ ଆରମ୍ଭ କରି ଗ୍ରାମର ସମସ୍ତ ଜନସାଧାରଣ କହିଛନ୍ତି ଆଜି ଠାରୁ ଆଉ ଗାଁରେ ଭାଗବତ ଶୁଭିବନି ବୋଲି । ତାଙ୍କ ଶବ ଶୋଭାଯାତ୍ରାରେ ଗ୍ରାମର ଓ ବହୁ ବ୍ୟକ୍ତି ବିଶେଷ, ବନ୍ଧୁବାନ୍ଧବ ଓ ଜ୍ଞାତି ପରିଜନ ସାମିଲ ହୋଇଥିଲେ । ସାନ ପୁଅ ଇଂ ସୁଶୀଲ କୁମାର ଶବର ଓ ନାତିମାନେ ମୁଖାଗ୍ନି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.