ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଡିଆଇଇଟି ପରିସରରେ ଫାଇଭ୍-ଟି ଅଧୀନରେ ରୂପାନ୍ତରିତ ହୋଇଥିବା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଇସ୍କୁଲର ଶିକ୍ଷକଙ୍କୁ ନେଇ ଏକ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୫୦ ଗୋଟି ହାଇସ୍କୁଲର ଶିକ୍ଷକ ଓ ପ୍ରଧାନଶିକ୍ଷକ ଯୋଗ ଦେଇଥିବା ବେଳେ ନର୍ଲା ବିଇଓ ତପିମଣି ଜାନୀ, ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରୋଗ୍ରାମର୍ ସୌମେନ୍ଦ୍ର ପଟ୍ଟନାୟକ, ଜୀବନ ପଣ୍ଡା, ବିଜୟାନନ୍ଦ ହୋତା ଓ ସମୀର ବେହେରା ସାଧନକର୍ମୀ ଭାବେ ଯୋଗଦେଇ ଦିଗଦର୍ଶନ ପ୍ରଦାନ କରିଥିଲେ। ପାଞ୍ଚ ଦିନ ଧରି ଚାଲିଥିବା ଉକ୍ତ କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଉଦଘାଟନ କରିଥିବା ବେଳେ ଉଦଯାପନୀ ସଭାରେ ସେମାନଙ୍କ ସମେତ ସମଗ୍ର ଶିକ୍ଷା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ପେଡାଗୋଜି ସଂଯୋଜିକାଙ୍କ ତତ୍ତ୍ୱାବଧାନରେ କର୍ମଶାଳା ପରିଚାଳିତ ହୋଇଥିବା ବେଳେ ପ୍ରଭାତ ରଞ୍ଜନ ସାହୁ, ସିଆରସିସି ଅଜିତ କୁମାର ପଧାନ, ସୁଧୀର କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ସହଯୋଗ କରିଥିଲେ।