ଡ଼ ଭବାନୀ ନିଆଲଙ୍କ କବିତା ପ୍ରେମରେ ବିଦେଶୀ ବାୟା

ପୁଣିଥରେ ଚୀନ ଭାଷାରେ ଅନୁଦିତ ହେଲା କବିଙ୍କ ଆଉ ଏକ କବିତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଆ କବି ଡ଼ ଭବାନୀ ଶଙ୍କର ନିଆଲଙ୍କ କବିତାର ମହକ ଧିରେ ଧିରେ ପାଶ୍ଚାତ୍ୟ ଦେଶ ମାନଙ୍କରେ ବ୍ୟାପିବାରେ ଲାଗିଛି। କବି ଡ଼. ନିଆଲଙ୍କ କବିତା ମଧ୍ୟରେଥିବା ଆପଣାପଣ ଓ ଯାଦୁକରୀ ଶକ୍ତି ଯୋଗୁଁ ବିଶ୍ବର ଅନେକ ପ୍ରତିଷ୍ଠିତ କବି ତାଙ୍କ କବିତାକୁ ନିଜ ନିଜ ଭାଷାରେ ଅନୁଦିତ କରୁଛନ୍ତି। କ୍ରମାଗତ ଭାବରେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର କବିତା ପୁଣିଥରେ ଚୀନ ଭାଷାରେ ଅନୁଦିତ ହେବାର ସୈାଭାଗ୍ୟ ଲାଭ କରିଛି। ପ୍ରସିଦ୍ଧ ଚାଇନା କବି ତଥା ସମ୍ପାଦକ ‘ଜାଙ୍ଗ ଜି’ ଏହାକୁ ଚୀନ ଭାଷାରେ ଅନୁଦାଦ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଜାଙ୍ଗ ଜି ପ୍ରସିଦ୍ଧ ସାହିତ୍ୟ ପତ୍ରିକା ରେଡିସନ ଅଫ ଦି ଇଣ୍ଟରନେସନାଲ ପୋଏଟ୍ରି ଏବଂ ୱାର୍ଲଡ ପୋଏଟ୍ରି ୟରବୁକର ମୁଖ୍ୟ ସମ୍ପାଦକ। ବହୁମୁଖୀ ପ୍ରତିଭାର ଅଧିକାରୀ, ଜାଙ୍ଗ ଜି ଅନେକ ପୁସ୍ତକର ରଚୟିତା ଏବଂ ସାମୟିକ ଚୀନ କବିତା ଏୟାର୍ଡ଼ ସେରିମୋନିରେ ତାଙ୍କୁ ବେଷ୍ଟ ଟ୍ରାନ୍ସଲେଟର ଆୱାର୍ଡ ଦିଆଯାଇଛି। ଏହା ବ୍ୟତୀତ ତାଙ୍କର କବିତା ବିଶ୍ୱର ବିଭିନ୍ନ ଭାଷାରେ ଅନୁଦିତ ହୋଇଛି। କବି ଜାଙ୍ଗ ଜି ଙ୍କୁ ଡ଼ ନିଆଲ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ କବିଙ୍କ ଏହି ସଫଳତାରେ ରାଜ୍ୟର ଅନେକ ମହଳରେ ଖୁସିର ଲହରୀ ଖେଳିଯାଇ କବିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.