ସୁରେନ୍ଦ୍ର ଯୋଶୀ ସଭାପତି, ଧୀରେନ୍ଦ୍ର ପଟ୍ଟନାୟକ ସାଧାରଣ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ସ୍ଥିତ ବୃନ୍ଦାବନ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠାନିକ ନିର୍ବାଚନ ୨୦୨୨ ଅନୁଷ୍ଠିତ ହୋଇ ଯାଇଛି। ସଂଘର ରାଜ୍ୟ ମହାସଚିବ ଅମୀୟ କୁମାର ଦାଶଙ୍କ ତତ୍ୱବଧାନରେ ଆୟୋଜିତ ଉକ୍ତ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସୁରେନ୍ଦ୍ର ମୋହନ ଯୋଶୀ, ଉପସଭାପତି ଭାବେ ବିରେନ୍ଦ୍ର ବାଗ, ସୁବାଷ ପୁରୋହିତ, ଅର୍ଚ୍ଚନା ମିଶ୍ର, ସାଧାରଣ ସମ୍ପାଦକ ଭାବେ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ଭାବେ ପଦ୍ମଲୋଚନ ନାଏକ, ସଂଯୋଜକ ଭାବରେ ବିଶ୍ୱଜିତ ବେହେରା, ଯୁଗ୍ମ ସମ୍ପାଦକ ଭାବେ ଉପେନ୍ଦ୍ର ପ୍ରଧାନ, ପୂର୍ଣଚନ୍ଦ୍ର ପୁଝାରି, ଲିଙ୍ଗରାଜ ନାଏକ, ପ୍ରଶାନ୍ତ ଦଣ୍ଡସେନା, କୋଷାଧ୍ୟକ୍ଷ ଭାବେ ଶିବ ପ୍ରସାଦ ଦାଶ ମନୋନୀତ ହୋଇଛନ୍ତି। ସଭା ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ଦୋରା ସ୍ୱାଗତ ଭାଷଣ ପ୍ରଦାନ କରି ସଂଘର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ବିକ୍ରମ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ କୁଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଶିକ୍ଷକମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।