କେସିଙ୍ଗା ଡ୍ରାଇଭର ମହାସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କନ୍ତେଶିର ଗ୍ରାମପଞ୍ଚାୟତର ଯୋଜନା ଡେମ ଠାରେ କେସିଙ୍ଗା ବ୍ଲକ ଡ୍ରାଇଭର ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ଇଶ୍ୱର ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା। ଏହି ବୈଠକରେ କେସିଙ୍ଗା ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭର ଯୋଗଦେଇ ଥିଲେ। ସଭାପତି ଶ୍ରୀ ସିଂ ସମସ୍ତ ଡ୍ରାଇଭର ଭାଇମାନଙ୍କୁ ସମ୍ମୋଧିତ କରିବା ସହ ନିଶା ସେବନ କରି ଗାଡ଼ି ନ ଚଳାଇବ, ଗାଡ଼ିର କାଗଜପତ୍ର ଠିକ୍ ରଖିବା, ନିଜ ସଂଘର ପୋଷାକ ପିନ୍ଧି ଗାଡ଼ି ଚଲାଇବା, ଟ୍ରାଫିକ ନିୟମ ମାନିବା, ସୁରକ୍ଷିତ ଭାବେ ଗାଡ଼ି ଚଲାଇବା ଆଦି ବିବିଧ ବିଷୟକୁ ନେଇ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘ ସଂପାଦକ ଗୋପାଳ ଗୌଡ, ପ୍ରତାପ ଚନ୍ଦ୍ର ସିଂ, ଅନନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହି ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.