ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଉମାଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ନୂତନ ଭାବେ ନିର୍ବାଚିତ ହୋଇଥିବା କଳାହାଣ୍ଡି ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଶୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ପୁଷ୍ପ ଗୁଚ୍ଛ ଅର୍ପଣ ସଙ୍ଗେସଙ୍ଗେ ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।
ଏହି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ଉପଦେଷ୍ଟା ମଣ୍ଡଳୀର ଗଣେଶ ବେହେରା, ବ୍ଲକ ଉପଦେଷ୍ଟା ମଣ୍ଡଳୀର ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବିଜୟ ଯୋଶୀ, ଉପସଭାପତି ସଞ୍ଜୟ ପଣ୍ଡା, ଉପସଭାନେତ୍ରୀ ଡଲି ନାଏକ, ଯୁଗ୍ମ ସମ୍ପାଦକ ଅନୀଲ ପଟ୍ଟନାୟକ, ସିଆରସିସି ସିଦ୍ଧାର୍ଥ ମିଶ୍ର, ମାନସ ପଣ୍ଡା, ଦେବେନ୍ଦ୍ର ରାଉତ, ତାପସ ପଣ୍ଡା ତଥା ସହ ଶିକ୍ଷା ଅଧିକାରୀ ନିର୍ମଳ ପୂର୍ଣ୍ଣ ଚନ୍ଦ୍ର ନାଏକ, ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ବେହେରା, ଆଦିତ୍ୟ ଖମରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଜୟପାଟଣା ବ୍ଳକ ଶିକ୍ଷକ ସଂଘ ସମ୍ପାଦକ ଲଲିତ କୁମାର ନାଏକ ପରିଚାଳନା କରିଥିବା ବେଳେ ବ୍ରମ୍ବା ସାହୁ, ପ୍ରସାନ୍ତ ଭାଟ୍ଟୀ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ।