ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳଙ୍କ ବିବାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କୋକସରା ତହସିଲ କାର୍ଯ୍ୟାଳୟରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀ ଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା ସତନାମୀ(୨୦) ଓ ଭୋଲାନାଥ ନାଏକଙ୍କ ପୁଅ ସୁଶାନ୍ତ ନାଏକ(୨୯) । ଝିଅ ଓ ପୁଅ ଦୁହେଁ ଗୋଟିଏ ଜାତିର ହୋଇ ନ ଥିବାରୁ ପୁଅ ଘର ଲୋକେ ବିବାହ ପାଇଁ ବାରଣ କରିଥିଲେ । ପରେ ଉଭୟ ଘର ଛାଡି ଫେରାର ହୋଇଥିଲେ । ପୁଅ ଘର ଲୋକେ ସେତେ ବେଳେ ଖୋଜା ଖୋଜି କରି ଦୁହିଁଙ୍କୁ ଅଲଗା କରିଦେଇଥିଲେ । ପୁଅ ଘର ଲୋକ ଝିଅକୁ ଗ୍ରହଣ ନ କରିବାରୁ ଝିଅ ପରିବାର ଲୋକେ ଥାନାର ଦ୍ୱାରସ୍ତ ହେବାପରେ ପୁଅ ଜେଲ ମଧ୍ୟ ଯାଇଥିଲେ । ଉଭୟ ଆଇନ ଅନୁଯାଇ ରେଜିଷ୍ଟି ବିବାହ କୋକସରା ତହସିଲଦାର ମନୋଜ କୁମାର ପାଢୀଙ୍କ ଉପସ୍ଥିତିରେ କରିଛନ୍ତି । ତେବେ ଏଥିରେ ପୁଅ ଘର ପରିବାର ଉପସ୍ଥିତ ନଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.