ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ଜଣେ ଯୁବକ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ ନେଇ ସିନାପାଲି ସାମ୍ବାଦିକ ସଂଘ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଯୁବକ ଜଣକ ହାତିବନ୍ଧା ନିବାସୀ ରୂପେଶ ମେହେର ବୋଲି ଜଣାପଡିଛି। ସୂଚନାମତେ ସିନାପାଲି ର ଜଣେ ଯୁବ ନେତା ସୋସିଆଲ ମେଡିଆରେ କୁସୁମଜୋର ଗ୍ରାମର ଏକ ଖବରକୁ ପ୍ରସାରଣ କରିଥିଲେ। ଉକ୍ତ ପ୍ରସାରଣରେ ହାତିବନ୍ଧା ଗ୍ରାମର ରୂପେଶ କୁମାର ମେହେର ପିତା ହୀରାଧର ମେହେର ଏକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଯଦ୍ୱାରା ସାମ୍ବାଦିକ ମାନଙ୍କ ସ୍ୱାଭିମାନ ଉପରେ ଆଞ୍ଚ ଆସୁଥିବା ନେଇ ସାମ୍ବାଦିକ ସଂଘ କ୍ଷୋଭ ପ୍ରକାଶ କରିଛନ୍ତି। ଯାହା ସମାଜ ପ୍ରତି ତଥା ସାମ୍ବାଦିକଙ୍କ ପ୍ରତି ଅଶୋଭନୀୟ ଅଟେ। ଏଣୁ ଏହାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିନାପାଲି ଥାନାଧିକାରୀ ଡମ୍ବରୁଧର ପ୍ରଧାନ ଙ୍କୁ ସିନାପାଲି ସାମ୍ବାଦିକ ସଂଘର ଅଜିତ କୁମାର ଯୋଶୀ, ଶୁଭ୍ରାଂଶୁ କୁମାର ନାଏକ,ସନ୍ତୋଷ ବାଗ, ଗୟାରାମ ମେହେର, ରମେଶ ଜଗତ, ମନଫୁଲ ମେହେର, ଦିନେଶ ଛାତ୍ରୀଆ, ଗଣେଶ ବାଗ, ହେରାମ୍ବ ମେହେର, ଶ୍ରୀକାନ୍ତ କୁମାର ନାଏକ, ବିହାରୀ ଜଗତ, ରମେଶ ମେହେର, ରାହୁଲ ରଣା, ଯୁଧିଷ୍ଠିର ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଲିଖିତ ଅଭିଯୋଗ କରିଛନ୍ତି।