ବାଲ ଗୋପାଳ ସେବା ନିକେତନ ଭବାନୀପାଟଣା ପାଇଲା ପ୍ରକୃତି ମିତ୍ର ପୁରସ୍କାର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ୨୦୨୨ ଅବସରରେ ପରିବେଶ ସଂରକ୍ଷଣ ପାଇଁ ବାଲ୍ ଗୋପାଳ ସେବା ନିକେତନ ଭବାନୀପାଟଣାକୁ ସମ୍ମାନଜନକ ‘ପ୍ରକୃତି ମିତ୍ର ପୁରସ୍କାର -୨୦୨୨’ରେ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ମୋନା ଶର୍ମା ଯୋଗ ଦେଇ ପୁରସ୍କୃତ କରିଥିଲେ। ବାଲ ଗୋପାଳ ସେବା ନିକେତନର ଅଧ୍ୟକ୍ଷ ହେମନ୍ତ ମୁଣ୍ଡ ଉପସ୍ଥିତ ରହି ଉକ୍ତ ସମ୍ମାନ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଅମୃତା ମାତୃ-ପିତୃ ସେବା ଜରିଆରେ ସ୍ବାସ୍ଥ୍ୟ ସେବା, ଅନ୍ନ ସେବା,ବସ୍ତ୍ର ସେବା ସହିତ ପରିବେଶ ସଚେତନତା ଚାରା ବଣ୍ଟନ, ବିଭିନ୍ନ ସମୟରେ ବ୍ୟାପକ ବୃକ୍ଷ ରୋପଣ, ଜଙ୍ଗଲ ପୋଡ଼ିରୁ ରକ୍ଷା, ନର୍ସରୀ ଜରିଆରେ ଚାରା ପ୍ରସ୍ତୁତି ଓ ବଣ୍ଟନ ପ୍ରଭୃତି କାର୍ଯ୍ୟ କରି ପରିବେଶ ସୁରକ୍ଷା ଦିଗରେ ନିଜର ଯାତ୍ରା ଜାରି ରଖିଛି। ଏହି ସମ୍ମାନ ପାଇଁ ପୁରସ୍କୃତ ହେବା ପରେ ବାଲ ଗୋପାଳ ସେବା ନିକେତନକୁ ଜିଲ୍ଲାର ସାଧାରଣ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.