ବିଶ୍ଵ ପରିବେଶ ଦିବସରେ ବଲାଙ୍ଗୀର ୟୁଥ୍ ଏକ୍ସନ କମିଟିର ସଚେତନତା ବାର୍ତ୍ତା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଚାରା ବଣ୍ଟନ ସହ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। ବଲାଙ୍ଗୀରରେ ବଢୁଥିବା ଉତ୍ତାପକୁ ନଜରରେ ରଖି ଗଛ ନକାଟି ଆହୁରି ଅଧିକ ପରିମାଣରେ ବୃକ୍ଷ ରୋପଣ କରିବା ପାଇଁ କମିଟି ପକ୍ଷରୁ ଜନତାଙ୍କୁ ଅନୁରୋଧ କରାଯାଇଛି।

ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ପକ୍ଷରୁ ଚାରା ବଣ୍ଟନ ସହ “ଗଛ ବଞ୍ଚାନ୍ତୁ ଜୀବନ ବଞ୍ଚାନ୍ତୁ” ନାରା ଦିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବାର ଏସୋସିଏସନ ସଭାପତି ଅମରେଶ ତ୍ରିପାଠୀ, ଏକ୍ସନ କମିଟି ଆବାହକ ଗୋପଳଜୀ ପାଣିଗ୍ରାହୀ, ଉପସଭାପତି ମୁନ୍ନା ପଟ୍ଟନାୟକ, ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ, ସଂଯୋଜକ ରିଲୁ ରଥ, ଉପସଭାପତି ପିଙ୍କୁ ବନଛୋର, ରବି ଖମାରୀ, ଶ୍ୟାମସୁନ୍ଦର ଗହିର, ଅପ୍ରମିତ ପରିଛା, ସୁମେସ ଡାଙ୍ଗ, ବିରେନ୍ଦ୍ର ପାଣ୍ଡେ, ଆଲୋକ ଭୋଇ, ସୁମିତ ଖୁଆସ, ସନ୍ଦିପ ବାଗ, ସାମ୍ବାଦିକ ସନ୍ଦିପ କୁଅଁର ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.