୧୩ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କଲେ ବୃନ୍ଦାବାହାଲ ସରପଞ୍ଚ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ୧୩ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଲା । ରାଜ୍ୟ ସରକାର ଗରିବ ସିମାରେଖା ତଳେ ରହୁଥିବା ପରିବାରର ମୁରବି ମୃତ୍ୟୁବରଣ କଲେ ଏହି ପରିବାରକୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ଏହି କ୍ରମରେ ଆଜି ବୃନ୍ଦାବାହଲ ଗ୍ରାମ ପଞ୍ଚାୟତର ମୃତ୍ୟୁ ବରଣ କରିଥିବା ୧୩ ଗୋଟି ପରିବାରକୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ସରପଞ୍ଚ ଇଂ. ଦିନେଶ କୁମାର ରାଉତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.