ମୁକ୍ତ ସବୁଜ ଶକ୍ତି ଆହରଣ ଜରିଆରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆସିବ ସଂସ୍କାର

ଡିସକମରୁ ଖାଉଟି ମାନେ ସବୁଜ ଶକ୍ତି ଯୋଗାଣ ପାଇଁ ଦାବି କରିପାରିବେ

ପ୍ରତ୍ୟେକ ଖାଉଟି ୨୦୩୦ ସୁଦ୍ଧା ଭାରତର ୫୦୦ ଜିଡବ୍ଲୁ ଅଣ-ଜୀବାଶ୍ମ ଇନ୍ଧନ ପ୍ରତିବଦ୍ଧତା ପାଇଁ ଅଂଶୀଦାର ହୋଇପାରିବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆମର ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ତଥା ସମସ୍ତଙ୍କ ପାଇଁ କମ୍ ବ୍ୟୟ ସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକ୍‌ସେସ୍ ନିୟମ ୨୦୨୨କୁ ୦୬.୦୬.୨୨ରେ ବିଜ୍ଞପିତ କରାଯାଇଛି । ଶକ୍ତି ଉତ୍ପାଦନ, କ୍ର୍ରୟ ଓ ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ନିୟମ ପାଇଁ ବିଜ୍ଞପ୍ତିଜାରି କରାଯାଇଛି । ବିଜ୍ଞପିତ ନିୟମ ଜରିଆରେ ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି । ଗ୍ରୀନ ଓଏ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ୱେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ୱାରା ଆରଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ ।ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀ ମାନଙ୍କୁ ସ୍ୱେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ନିୟମିତ ଖାଉଟିମାନେ କୌଣସି ସୀମା ନ ଥାଇ ଗ୍ରୀନ ଓପନ ଆକ୍‌ସେସ ଜରିଆର ଶକ୍ତି ପାଇପାରିବେ । ଡିସକମ୍ ଖାଉଟିମାନେ ନିଜ ଚାହିଦା ମୁତାବକ ସବୁଜ ଶକ୍ତି ଯୋଗାଇବାକୁ କହିପାରିବେ ।

ନିୟମର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା –

• ସମସ୍ତଙ୍କୁ ସବୁଜ ଶକ୍ତି ଉପଲବ୍ଧତା ନିୟମ ଅନୁସାରେ ସବୁଜ ଶକ୍ତି ନେଣଦେଣ ସୀମା ଏକ ମେଗାୱାଟରୁ ୧୦୦ କିଲୋୱାଟକୁ ହ୍ରାସ କରାଯାଇଛି । ଏହା ଫଳରେ କ୍ଷୁଦ୍ର ଗ୍ରାହକମାନେ ମଧ୍ୟ ଅକ୍ଷୟ ଶକ୍ତି ଖୋଲା ପ୍ରବେଶ ସୁବିଧା ଜରିଆରେ କ୍ରୟ କରିପାରିବେ ।

• ଖୋଲା ପ୍ରବେଶ ସୁବିଧା ଜରିଆରେ ଖାଉଟିମାନଙ୍କ ଠାରୁ ଅସୁଲ ହେବାକୁ ଥିବା ଦେୟରେ ସରବରାହ, ଚକ୍ରୀୟ ଦେୟ, କ୍ରସ ରିହାତି ସରଚାର୍ଜ ଇତ୍ୟାଦି ଫଳରେ ଭାରତରେ ଖୋଲା ପ୍ରବେଶ ସୁବିଧା ନେଇ ଥିବା ବିଧାବିଘ୍ନମାନ ମଧ୍ୟ ଦୂର ହେବ ।

• ଖୋଲା ପ୍ରବେଶ ସୁବିଧା ଆବେଦନର ସ୍ୱଚ୍ଛତା ରଖି । ୧୫ଦିନ ମଧ୍ୟରେ ଅନୁମୋଦନ ନ ହେଲେ ଏହା ଅନୁମୋଦିତ ହେଲା ବୋଲି ଧରାଯିବ । ଏହା ଜାତୀୟ ପୋର୍ଟାଲ ଜରିଆରେ ହେବ ।

• ସବୁଜ ଶକ୍ତି ଶୁଳ୍କ ନିର୍ଦ୍ଧାରଣ-ଶୁଳ୍କ ପୃଥକଭାବେ ଉପଯୁକ୍ତ ଆୟୋଗଙ୍କ ଦ୍ୱାରା ହାରାହାରି ଅକ୍ଷୟ ଶକ୍ତି କ୍ରୟକୁ ଭିତ୍ତିକରି କରାଯିବ ।

• ଏହି ନିୟମ ଯୋଗୁ ସମୟାନୁବର୍ତ୍ତିକ ଅନୁମୋଦନ କରାଯିବ ସହ ଆବେଦନ ପଦ୍ଧତିରେ ମଧ୍ୟ ଏକାକୀତ୍ୱ ରହିବ ।

• ବଳକା ସବୁଜ ଶକ୍ତି ପରିବଣ୍ଟନ ଅନୁଗତିପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ ହେବ ।

• ଏକକ ଅକ୍ଷକ୍ଷ ଶକ୍ତି କ୍ରୟ ପାଇଁ ଆନୁଗତ୍ୟ ରହିବା ସହ ଏଥିରେ ସବୁଜ ଉଦ୍‌ଯାନ ଓ ସବୁଜ ଆମୋନିଆ ମଧ୍ୟ ଅନ୍ତର୍ଭୁକ୍ତ ହେବ ।

• ସବୁଜ ଶକ୍ତି ବ୍ୟବହାରକାରୀ ଖାଉଟିମାନେ ସବୁଜ ପ୍ରମାଣପତ୍ର ମଧ୍ୟ ପାଇବେ । ଗ୍ରୀନ ଉଦ୍‌ଯାନ ଓ ଗ୍ରୀନ ଆମୋନିଆ ଉତ୍ପାଦନ ନିମନ୍ତେ ସବୁଜ ଶକ୍ତି ଉପଯୋଗ ହେଲେ କ୍ରସ ରିହାତି ସରଚାର୍ଯ୍ୟ ଓ ଅତିରିକ୍ତ ସରଚାର୍ଯ୍ୟ ଲାଗୁ ହେବ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.