ଆଶ୍ରମପଡା ନକ୍ଆଉଟ୍ କ୍ରିକେଟ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ଚଣାଲିମା ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବୁଧବାର ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ସ୍ଥିତ ଆଶ୍ରମପଡା ଖେଳପଡିଆ ଠାରେ ଆଶ୍ରମପଡା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ ନିୟମଗିରି ବେଦାନ୍ତ ନଗର ଓ ଚଣାଲିମା ଦଳ ମଧ୍ୟରେ ହୋଇଥିଲା। ଚଣାଲିମା ଦଳ ପ୍ରଥମେ ଟସ ଜିତି ଫିଲଡିଂ ପାଇଁ ନିଷ୍ପତ୍ତି ନେଇଥିଲେ। ନିୟମଗିରି ବେଦାନ୍ତ ନଗର ପ୍ରଥମେ ବ୍ୟାଟିଂ କରି ୧୨ ଓଭର ୮ ଉଇକେଟ୍ ବିନିମୟରେ ୯୬ ରନ କରିଥିବା ବେଳେ ଜବାବରେ ଚଣାଲିମା ଦଳ ୮ ଓଭର ୨ ଉଇକେଟ୍ ବିନିମୟରେ ୯୭ ରନ କରି ବିଜୟ ହାସଲ କରିଥିଲେ। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ଲାଞ୍ଜିଗଡ ଯୁବକ ସଂଘ ପୁର୍ବତନ ସଭାପତି ଅଶୋକ ପଟ୍ଟନାୟକ, ବେଦାନ୍ତ ସିଏସଆର ଶ୍ରୀମୁଖ ଅଗସ୍ତି, ଅବସରପ୍ରାପ୍ତ ଏଲଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ, ବିଜେଡି କର୍ମୀ ପାତ୍ର ମାଝୀ, ଶ୍ରୀନିବାସ ଚଣ୍ଡୀ, ସାମ୍ବାଦିକ କ୍ଷମାନିଧି ମହାଖୁଡ ଓ ଲାଞ୍ଜିଗଡ ପ୍ରେସ କ୍ଲବ କୋଷାଧ୍ୟକ୍ଷ ପରେଶ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଉଦଘାଟନୀ ମ୍ୟାଚରେ ସୌରଭ ବଗର୍ତ୍ତି ଓ ଅଶ୍ୱିନୀ ସାହୁ ଖେଳ ପରିଚାଳନା କରିଥିବାବେଳେ ସ୍କୋର ବୋର୍ଡରେ ଅଶୋକ ବଗର୍ତ୍ତି ଓ ଏସ୍. ଅଗସ୍ତି ଧାରାବିବରଣୀ ଦେଇଥିଲେ।କାର୍ଯ୍ୟକ୍ରମରେ ଆଶ୍ରମପଡା ନକଆଉଟ କ୍ରିକେଟ ସଂଘ ସଭାପତି ରାହୁଲ ବର୍ଗେ, ଉପ ସଭାପତି ଲଷ୍ମୀକାନ୍ତ ମାଝୀ, ସମ୍ପାଦକ ସଞ୍ଜୟ ପ୍ରଧାନ, ସହ ସମ୍ପାଦକ ଆନନ୍ଦ ମୁଣ୍ଡା, କଦଣ୍ଡ ପ୍ରଧାନ, ଦିଲ୍ଲୀପ ବର୍ଗେ, ବାସୁଦେବ ସାହୁ, ଟୁନା ପଟ୍ଟନାୟକ, କେତନ ରଣା, ତେଜ ବଗର୍ତ୍ତି ସମେତ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆସନ୍ତା ୧୬ ତାରିଖରେ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ସଂଘ ସଭାପତି ଶ୍ରୀ ବର୍ଗେ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.