ନାବାଳିକା ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ଅଭିଯୋଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ। ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବାବେଳେ ତାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଜିଲ୍ଲା ଖଜୁରୀପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟସ୍ଥ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ ଗଉଡ଼ଙ୍କ ସମେତ ଲାଞ୍ଜିଗଡ଼ ଥାନା ବସନ୍ତପଡ଼ାର ମଧୁସୂଦନ ଗଉଡ଼ ଓ ଦିଲ୍ଲୀପ ଗଉଡ଼ ଲୁଚିଛପି ଭିଡିଓ ଉତ୍ତୋଳନ କରିବା ସହ ମୋବାଇଲରୁ ମୋବାଇଲକୁ ଭାଇରାଲ କରିଥିଲେ। ଏପରିକି ନାବାଳିକାଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ୍ କରିବାକୁ ଉଦ୍ୟମ କରୁଥିବାବେଳେ ଏ ସଂପର୍କରେ ନାବାଳିକାଙ୍କ ବାପା ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କଳାହାଣ୍ଡି ଜିଲ୍ଲା ଏସପି ଅଭିଳାଷ ଜି ଏବଂ ଏସଡିପିଓ ଅଭିନଭ ସୋନକରଙ୍କ ତତ୍ତ୍ୱାବଧାନରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଥିରେ ଅଭିଯୁକ୍ତ ପାଞ୍ଚଜଣଙ୍କୁ ଗିରଫ କରିବା ସହ ବୁଧବାର କୋର୍ଟଚାଲାଣ କରାଯାଇଛି। ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୩୪/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.