ରୁଦ୍ର ପ୍ରତାପ ସିଂ ସଭାପତି, କିଶୋର ମହନନ୍ଦ ସାଧାରଣ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ. ରାମପୁର ବ୍ଲକ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂଙ୍କ ନେତୃତ୍ବରେ ଅନୁଷ୍ଠିତ ହେଇଯାଇଛି। ଏଥିରେ ରୁଦ୍ର ପ୍ରତାପ ସିଂ ସଭାପତି, ପଦ୍ମ ଲୋଚନ ସାହୁ ଓ ପ୍ରକାଶ ରଣା ଉପସଭାପତି, କିଶୋର ମହାନନ୍ଦ ସାଧାରଣ ସମ୍ପାଦକ, ଟୁନଚୁ ସରାଫ ସଂପାଦକ, ବାବୁଲାଲ ନାଏକ କୋଷାଧକ୍ଷ, ରଶ୍ମି ରଞ୍ଜନ ପ୍ରହରାଜ ଜୋନ କ ସଭାପତି, ମହିଧର ବିଶ୍ଵାଳ ଜୋନ ଖ ସଭାପତି ହେଇଥିବା ବେଳେ ସଦସ୍ୟ ଭାବରେ ଲବୀର ଭୋଇ, ଜୟଦେବ ମାଝୀ, ମାଗୁଣି ପଧାନ, ଗଜ ମାଝୀ, ସିମାରା ନାଏକ, ବରୁଣ ସାହୁ, ଜିସୟା ସେନାପତି, ରାଜ କୁମାର ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ୍ କମିଟି ସଦସ୍ୟ ଭାବେ ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ନାରାୟଣ ପ୍ରସାଦ ଅଗ୍ରୱାଲ, ଯଶୋଦା ନାଗ, ରମନ୍ତି ମାଝୀ, ପ୍ରକାଶ ମାଝୀ, ପୁରୁଷୋତ୍ତମ ହାତୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବ୍ଲକ ରିଟର୍ଣିଂ ଅଫିସର ରାମ କୁମାର ଜୈନ, କଂଗ୍ରେସର ସଧାରଣ ସମ୍ପାଦକ ବିଭୁତି ଭୂଷଣ ମହାଖୁଡ, ଟିକେମନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।