ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଛକରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ଢେପଗୁଡା ଘାଟି ନିକଟରେ ଘଟିଛି ଏକ ଟ୍ରକ ଦୁର୍ଘଟଣା। ଆଜି ଅପରାହ୍ନରେ ସିଜି-୦୪-ଏନ୍ଏ-୯୪୫୪ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ ରାୟଗଡ଼ା ପଟୁ ରାୟପୁର ଯାଉଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ରାସ୍ତା କଡ଼ର ଏକ ଗଛରେ ପିଟି ସୋଇଯାଇଥିଲା। ଟ୍ରକଟିର ସାମ୍ନା ପଟ ଚୁରମାର ହୋଇ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।