ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ୨୪ ଜଣ ଓଡ଼ିଆ

ପୁଣି ଗୌରବ ଆଣିଲେ କଳାହାଣ୍ଡି ପଞ୍ଚ ମ୍ୟାନ ସତ୍ୟପୀର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ପାହାଡ଼ ଶୀର୍ଷରେ -୫° ରୁ -୧୦° ସେଣ୍ଟିଗ୍ରେଡର ହାଡ଼ ଭଙ୍ଗା ଶୀତ ସହିତ ବରଫ ଝଡକୁ ସାମ୍ନା କରି କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପ୍ରତିଭା ଚଳିତ ମାସ ୧୦ ତାରିଖରେ ଜାତୀୟ ପତାକା ଉଡ଼ାଇ ଥିଲେ। ଉକ୍ତ କାର୍ଯ୍ୟକର୍ମକୁ ରାଜ୍ୟସଭା ସାଂସଦ ସୁଜୀତ କୁମାର ଓ ଆସିଷ୍ଟାଣ୍ଟ କମିଶନେର (ଇନକମ ଟେକ୍ସ) ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ପୋଲିସ ଆଇ.ଜି.ପି ଅମିତାଭ ଠାକୁର ଶୁଭକାମନା ଜଣେଇ ଥିଲେ। କଳିଙ୍ଗ ଡେୟାରଡେଭିଲସର ସଭାପତି ଡ. ସତ୍ୟପୀର ପଧାନ (ପଞ୍ଚ ମ୍ୟାନ କଳାହାଣ୍ଡି) ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଚଢାଳି ଦଳର ନେତୃତ୍ୱ ନେଇଥିଲେ। ଉକ୍ତ ଦଳରେ ଭୁବନେଶ୍ୱରରୁ ଦେବବ୍ରତ ନାୟକ (୫୬), ପ୍ରକାଶ ଶତପଥୀ (୫୪), ଶୁଭଙ୍କର ମହାନ୍ତି, ଦୀପକ ରଞ୍ଜନ ଦଶ, ମିଲନ ମନୋହର ପ୍ରିୟାର୍ଜନ, ଡମ୍ବରୁ ବେହେରା। କେନ୍ଦୁଝର ଜିଲ୍ଲାରୁ ଅରୁଣ କୁମାର ମହାନ୍ତ। କଳାହାଣ୍ଡି ଜିଲ୍ଲାରୁ ନୃସିଂହ ଚରଣ ପଣ୍ଡା, ସ୍ଵରାଜ ରାଉତ, ରେଶବ ପାଣିଗ୍ରାହୀ, ଜ୍ୟୋତିଷ କୁମାର ବାଗ, ଅଭିଜିତ ଦାଶ, ଜିତେନ୍ଦ୍ର କୁମାର ନାଏକ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ଧଙ୍ଗଡାମାଝୀ, ସୌମ୍ୟ ରଂଜନ ରାଉତ, ଠାକୁର ସେନାପତି। ନୂଆପଡା ଜିଲ୍ଲାରୁ ସଚିନ ବେହେରା, ଶୋଭନ ରଥ। ବଲାଙ୍ଗୀର ଜିଲ୍ଲାରୁ ଅମନ୍ ଛତ୍ରିଆ, ସୌରଭ ସମ୍ବିତ ତ୍ରିପାଠୀ। ଦେବଗଡ଼ ଜିଲ୍ଲାରୁ ବିଶ୍ୱଜିତ୍ ପାଢ଼ୀ ଏବଂ ରାଉରକେଲାରୁ ବିଶୁ ସିଂ ପ୍ରମୁଖ ଦଳର ସଦସ୍ୟ ଥିଲେ। ୮/୬ ସକାଳୁ ଆରୋହଣ ପାଇଁ ହିମାଚଳ ପ୍ରଦେଶର ଯୋବ୍ରା ଠାରୁ ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ସର୍ବନିମ୍ନ ତାପମତ୍ରାର ପୋଷାକ ଏବଂ ସମସ୍ତ ଉପୋଜୋଗୀ ଉପକରଣ ସହିତ ସାହସିକତାର ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ୧୦/୬ ଅପରାହ୍ନରେ ଶେଷ ଶିଖରରେ ପହଞ୍ଚି ଦେଶ ଆଉ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଆଜି ସୋମବାର ୧୩ ତାରିଖ ନୂଆ ଦିଲ୍ଲୀରେ କାର୍ଯ୍ୟକ୍ରମ ଶେଷ କରି ୧୫ ତାରିଖ ଅପରାହ୍ନ ଭୁବନେଶ୍ୱରରେ ସ୍ୱାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କଳିଙ୍ଗ ଡେୟାରଡେଭିଲସର ସଭାପତି ଡ. ସତ୍ୟପୀର ପଧାନ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.