ଖଣ୍ଡାୟତ ସମାଜର ତ୍ରୟ-ମାସିକ ପତ୍ରୀକା “ଶବ୍ଦ ସୁରଭି” ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଲାଞ୍ଜିଗଡ ବ୍ଲକ୍ ଖଣ୍ଡାୟତ ସମାଜର ତ୍ରୟ-ମାସିକ ପତ୍ରୀକା “ଶବ୍ଦ ସୁରଭି” ଉନ୍ମୋଚିତ ହୋଇଯାଇଛି । ନର୍ଲାରୋଡ ଶିବ ମନ୍ଦିର ପ୍ରାଙ୍ଗଣରେ ନର୍ଲା ଲାଞ୍ଜିଗଡ ଖଣ୍ଡାୟତ ସମାଜର ଏକ ସାଙ୍ଗଠାନିକ ବୈଠକ ସମାଜର ପୂର୍ବତନ ସମ୍ପାଦକ ରାମଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସଭାପତି ବୈଦ୍ୟନାଥ ରାଉତ ଯୋଗଦାନ କରି ପ୍ରଥମେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସଭାର ସଭାପତି ଶ୍ରୀ ପରିଡା ପ୍ରଥମ କରି କଳାହାଣ୍ଡି ଜିଲ୍ଲାରେ ନର୍ଲା ଲାଞ୍ଜିଗଡ ଖଣ୍ଡାୟତ ସମାଜ ତରଫରୁ ଏକ ତ୍ରୟ-ମାସିକ ପତ୍ରୀକା ପ୍ରକାଶ ପାଇଥିବାରୁ ସମାଜର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରମୋଦ ପରିଡା, ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ପରିଡା, ନନ୍ଦକିଶୋର ଜେନା, ଅଶୋକ ପରିଡା, ସୁବାସଚନ୍ଦ୍ର ବରାଡ, ଅମର ରାଉତ, ରବିନ୍ଦ୍ର ସାମଲ, ବିଷ୍ଣୁ ରାଉତ, ତରୁଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ଖଣ୍ଡାୟତ ସମାଜର ସୁପରିଚାଳନା ଓ ସାଙ୍ଗଠାନିକ ଅବିବୃଦ୍ଧି ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.