କର୍ଲାମୁଣ୍ଡା ଜଗନ୍ନାଥ ମନ୍ଦିରଠାରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିରରେ ମହା ଆଡ଼ମ୍ବରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଏଥିପାଇଁ ସକାଳ ପହରରୁ ସ୍ୱତନ୍ତ୍ର ନୀତିକାନ୍ତ ଅନୁଷ୍ଠିତ ହୋଇଥିଲା । ବେଦ ମନ୍ତ୍ରରେ ଗୁଞ୍ଜରିତ ହୋଇ ଉଠିଥିଲା ସମଗ୍ର ଅଂଚଳ । ରତ୍ନ ମଣ୍ଡପରୁ ତିନି ଠାକୁର ସ୍ନାନ ମଣ୍ଡପକୁ ଆସିବାପରେ ମୁଖ୍ୟ ପୂଜକ ଭାରତ ଭୁଷଣ ଷଡଙ୍ଗୀଓ ପ୍ରଭାନନ୍ଦ ମହାପାତ୍ରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଠାକୁରଙ୍କ ସ୍ନାନ କରାଯାଇଥିଲା । ସ୍ନାନ ପୂର୍ଣ୍ଣିମା ପୂଜା କର୍ମରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଓ ଶଲ୍ୟରଥି ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ସ୍ନାନଯାତ୍ରା ପରେ ତିନି ଠାକୁର ଗଜାନନ ବେଶରେ ଦର୍ଶନ ଦେଇଥିଲେ । ସ୍ନାନ ଯାତ୍ରା କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମନ୍ଦିର ସଭାପତି-କୌତୁକ ସାହୁ, ଦଇତାପତି-ବାଜେବନ ଭୋଇ, ତ୍ରିଲୋଚନ ବଗର୍ତି, ବୈକୁଣ୍ଠ ସାହୁ, ବୀରଞ୍ଚି ମାଝୀ, ସହଯୋଗ ଭକ୍ତଗଣ -ନନ୍ଦି କିଶୋର ଭୋଇ, ଗୌରୀ ଶଙ୍କର ସାହୁ, କୁରୁପତି ସାହୁ, ସରୋଜ ବଗର୍ତି, କର୍ଣ୍ଣ ଭୋଇ, ତିରଣ ଭୋଇ, ହିମାଂଶୁ ଭୋଇଙ୍କ ସମେତ ଶତାଧିକ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.