ବର୍ଷା ବିତ୍ପାତ: ଗଛ ସହ ବିଦ୍ୟୁତ୍ ଖମ୍ବ ଭାଙ୍ଗିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ବର୍ଷା ଆରମ୍ଭରୁ ବିତ୍ପାତ ଆରମ୍ଭ ! ବର୍ଷା ସହ ପବନ ଯୋଗୁଁ ଗଛ ଓ ବିଦ୍ୟୁତଖମ୍ବ ଭାଙ୍ଗି ଅନେକ କ୍ଷୟ କ୍ଷତି ହୋଇଛି । ଘର ଉପରେ ପଡ଼ିଛି ଗଛ ଓ ରାସ୍ତା ରେ ବି । ବିଦ୍ୟୁତ୍ ଖମ୍ବ ମଧ୍ଯ ଭାଙ୍ଗି ପଡ଼ିଛି । କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଡୁଡୁକାରଞ୍ଜା ଗାଁରେ ଆଜି ଅନେକ ଲୋକଙ୍କ ଘରେ ବଡ଼ ବଡ଼ ଆମ୍ବ ଗଛ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଅନେକ କ୍ଷୟକ୍ଷତି ହୋଇଛି । ଏହି ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ତୁରନ୍ତ ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ଖବର ପାଇଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟିବା ସହ ବିଦ୍ୟୁତ ଖୁଣ୍ଟ ହଟେଇ ଥିବା ଜଣା ପଡ଼ିଛି । ସମାଜସେବୀ ବିକାଶ ରଞ୍ଜନ ସିଂଦେଓ ଏବଂ ରାଜେଶ କୁମାର ପାଠକ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.