ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସେନାରେ ୪ବର୍ଷିଆ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିବା ଅଗ୍ନୀପଥ ଯୋଜନାକୁ ଘୋର ବିରୋଧ କରିଛି କଂଗ୍ରେସ। ଏହି ଯୋଜନାର ଅନେକ ନକରାତ୍ମକ ଦିଗ ରହିଥିବା ଅଭିଯୋଗ ନେଇ ସାରା ଦେଶରେ ପ୍ରତିବାଦର ସ୍ବର ତିକ୍ଷ୍ଣ ହେବାରେ ଲାଗିଛି। ଆଜି କଳାହାଣ୍ଡି ଛାତ୍ର କଂଗ୍ରେସ ପକ୍ଷରୁ ଭବାନୀପାଟଣା ଠାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି। କଳାହାଣ୍ଡି ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ କଲେଜ ଛକଠାରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ମହୋମଦ ସାହେବ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ଯୁବରାଜ ବୈସାଲ, ମନୋଜ କରୁଆଁ, ମାନସ ମହାନନ୍ଦ, ଆଶିଷ ବୈସାଲ, ଅମିତ ନିଆଲ, ସିନୁ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।