ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେପି ସଭାପତି ଜେ.ପି. ନଡ୍ଡା । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ପ୍ରକାଶ କରି ଦ୍ରୌପଦୀ ମୁର୍ମୁ ଆନନ୍ଦ ପ୍ରକାଶ କରିବା ସହ ବିଜୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ । ଜୁନ ୨୦, ୧୯୫୮ରେ ଓଡ଼ିଶାର ମୟୁରଭଞ୍ଜରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ପୂର୍ବରୁ ବିଜେପି-ବିଜେଡି ମେଣ୍ଟ ସରକାରରେ ଜଣେ ମନ୍ତ୍ରୀ ଥିଲେ । ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କଲେ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଓ ୨ୟ ମହିଳା ରାଷ୍ଟ୍ରପତି ହେବେ । ସେ ମଧ୍ୟ ଭାରତରେ ରାଷ୍ଟ୍ରପତି ହେବାରେ ଓଡ଼ିଶାର ୨ୟ ବ୍ୟକ୍ତି ହେବେ । ପୂର୍ବରୁ ବ୍ରହ୍ମପୁରରେ ଜନ୍ମିତ ଭି.ଭି. ଗିରି ଭାରତର ରାଷ୍ଟ୍ରପତି ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.